୨୧ରେ ଫିଟ୍ଜୀ କ୍ୟୁରେଟ୍ର ସ୍କଲାରସିପ୍ ଟେଷ୍ଟ

ଭୁବନେଶ୍ୱର, (ବ୍ୟୁରୋ): ଫିଟ୍ଜୀ କ୍ୟୁରେଟରେ ନାମଲେଖା ନିମନ୍ତେ ସ୍କଲାରସିପ୍ ଟେଷ୍ଟ ଏପ୍ରିଲ୍ ୨୧ ହେବାକୁ ଯାଉଛି । ଏଥିପାଇଁ ଛାତ୍ରଛାତ୍ରୀମାନଙ୍କ ପଞ୍ଜିକରଣ କରିବା ସମୟ ଏପ୍ରିଲ୍ ୨୦ ପର୍ଯ୍ୟନ୍ତ ରହିଛି । ଆଗ୍ରହୀ ଛାତ୍ରଛାତ୍ରୀମାନେ ପଞ୍ଜିକରଣ ପାଇଁ ଆବେଦନ ପତ୍ର ନିକଟସ୍ଥ ସେଣ୍ଟରୁ କିମ୍ବା ଅନ୍ଲାଇନ୍ ମାଧ୍ୟମରେ ଙ୍ଗଙ୍ଗଙ୍ଗ.ଲସସଗ୍ଧହରରକ୍ଷକ୍ଟଶସଦ୍ଭ.ମକ୍ଟଜ୍ଞରେ ଲଗ୍ ଅନ୍ କରି ପାଇପାରିବେ । ଫିଟ୍ଜୀରେ ଅଧ୍ୟୟନ କରି ବିଦ୍ୟାର୍ଥୀମାନେ ଜେଇଇ ଅଡ଼ଭାନ୍ସରେ କୃତିତ୍ୱ ହେବାର ସୁଯୋଗ ପାଇପାରିବେ ।
ଲିଭର୍ପୁଲ୍ ପ୍ରିନ୍ସ୍ ଡକ୍ରେ ହିରୋ ଚ୍ୟାଲେଞ୍ଜ ସମ୍ପନ୍ନ ହେବ
ମୁମ୍ବାଇ, (ଏଜେନ୍ସି): ଦି ହିରୋ ଚ୍ୟାଲେଞ୍ଜ-୨୦୧୯ ପୁଣି ଥରେ ଆନନ୍ଦ ଉତ୍ସାହର କ୍ଷଣ ଉପଲବ୍ଧ ହୋଇଛି । ଇଂଲଣ୍ଡର ଲିଭର୍ପୁଲ୍ ୱାଟର ପ୍ରିନ୍ସ୍ ଡକ୍ରେ ଏହି ଗଲ୍ଫ ନାଇଟ୍ କଣ୍ଟେଷ୍ଟ ଅନୁଷ୍ଠିତ ହେବ । ବିଶ୍ୱର ଖ୍ୟାତି ସମ୍ପନ୍ନ ଗଲ୍ଫର ଏହି କଣ୍ଟେଷ୍ଟରେ ଅଂଶଗ୍ରହଣ କରିବେ । ଏଥିପାଇଁ ପ୍ରଶଂସକଙ୍କୁ ମାଗଣା ଟିକେଟ୍ ଦିଆଯିବ । ଏହା ୨୦୧୯ ମଇ ୭ ସନ୍ଧ୍ୟାରେ ଲଷ୍ଟଇନ୍ ଟିଭି ଡଟ୍ କମ୍ରେ ଅନୁଷ୍ଠିତ ହେବ । ମଇ ୯-୧୨ ହିଲ୍ ସାଇଡ଼୍ ଗଲ୍ଫ କ୍ଲବ୍ରେ ବେଟ୍ଫ୍ରେଡ୍ ବ୍ରିଟିଶ୍ ମାଷ୍ଟର ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଲିଭର୍ପୁଲ୍ ୱାଟର ପ୍ରିନ୍ସ୍ ଡକ୍ରେ ଏହି ଗଲ୍ଫ ନାଇଟ୍ କଣ୍ଟେଷ୍ଟ ଅନୁଷ୍ଠିତ ହେବ । ଏଠାରେ ୫ ବିଲିୟନ୍ ପାଉଣ୍ଡ ବ୍ୟୟରେ ଏହି ମନୋରମ୍ ୱାଟରଫ୍ରଣ୍ଟ ବିକଶିତ କରାଯାଇଛି । ୨୦୧୬ରେ ଏଠାରେ ବ୍ରିଟିଶ୍ ମାଷ୍ଟର ସଫଳତାର ସହିତ ଖେଳାଯାଇଛି । ହିରୋ ମୋଟୋକର୍ପ ପକ୍ଷରୁ ୨୦୧୮ରେ ଆମେରିକାଠାରେ ମାଷ୍ଟର ଟୁର୍ଣ୍ଣାମେଣ୍ଟ ଚମ୍ପିଆନ୍ଶିପ୍ରେ ପ୍ୟାଟ୍ରିକ୍ ରିଡ୍ ବିଜେତା ହୋଇଥିବାବେଳେ, ସୁଇଡିଶ୍ ମେଜର୍ରେ ହେରନିକ୍ ଷ୍ଟେନସନ୍ ବିଜେତା ହୋଇଥିଲେ । ସେହିପରି ଇଂଲଣ୍ଡର ୱାନ୍ ଲି ୱେଷ୍ଟଉଡ୍ ମଧ୍ୟ ବିଜୟୀ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ