ଲ୍ୟାଣ୍ଡ ରୋଭର୍ ଦି ଏଭବ ଆଣ୍ଡ୍ ବିୟଣ୍ଡ୍ ଟୁର୍ ୨ଠ୧୯
ମୁମ୍ବାଇ, (ଏଜେନ୍ସି): ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଦି ଏଭବ ଆଣ୍ଡ୍ ବିୟଣ୍ଡ୍ ଟୁର୍-୨୦୧୯ ସମ୍ପର୍କରେ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମ ଅହମ୍ମଦାବାଦ୍ ଠାରୁ ଆରମ୍ଭ ହୋଇଛି । ଏହି ଟୁର୍ ଭାରତର ବିଭିନ୍ନ ସହରରେ କାର୍ଯ୍ୟକାରୀ ହେବା ସହିତ ଅତୁଳନୀୟ ଅଫ୍ ରୋଡ୍ ଡ୍ରାଇଭ୍ ସମ୍ପନ୍ନ କରାଇବ । ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଛନ୍ତି ଯେ ଲ୍ୟାଣ୍ଡ ରୋଭର ବେଶ୍ ବିଶ୍ୱାସଯୋଗ୍ୟ ଭାବେ କାର୍ଯ୍ୟ କରୁଛି । ଏହି ଟୁର୍ ଗ୍ରାହକ ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବାକୁ ସକ୍ଷମ ହେବ । ପ୍ରଥମ ଲ୍ୟାଣ୍ଡ୍ ରୋଭର ଡ୍ରାଇଭ୍ ୨୦୧୩ରେ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ୧୮୦୦୦ରୁ ଅଧିକ ସ୍ମୃତି ବହୁଳ ଅଭିଜ୍ଞତା ଉପଲବ୍ଧ ହେଲାଣି । ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେଞ୍ଜ୍ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୪୪.୬୮ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେଞ୍ଜ ରୋଭର ଇଭାକ୍ୟୁର ମୂଲ୍ୟ ୫୨.୦୬ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ଅଲ ନିୟୁ ଡିସକଭର ମୂଲ୍ୟ ୭୬.୯୪ ଲକ୍ଷ ଟଙ୍କାରୁ ଆରମ୍ଭ । ନିୟୁ ରେଞ୍ଜ ରୋଭର ଭେଲାର ମୂଲ୍ୟ ୭୨.୪୭ ଲକ୍ଷ ଟଙ୍କା, ରେଞ୍ଜ ରୋଭର ସ୍ପୋର୍ଟସ୍ ମୂଲ୍ୟ ୧୦୩.୭୪ ଲକ୍ଷ ଟଙ୍କା ଏବଂ ରେଞ୍ଜ୍ ରୋଭର ମୂଲ୍ୟ ୧୮୧.୮୬ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଜାଗୁଆର ଲ୍ୟାଣ୍ଡ ରୋଭର ଯାନଗୁଡିକ ଅହମ୍ମଦାବାଦ୍, ଔରଙ୍ଗାବାଦ୍, ବାଙ୍ଗାଲୁର୍, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍, ଇନ୍ଦୋର, ଜୟପୁର, କୋଲକତା, କୋଚି, କର୍ନାଲ, ଲକ୍ଷେ୍ନø, ଲୁଧିଆନା, ମାଙ୍ଗାଲୋର୍, ମୁମ୍ବାଇ, ନାଗପୁର, ନୋଏଡା, ପୁନେ, ରାଏପୁର, ବିଜୟୱାଡା ଓ ସୁରାଟ ଆଦି ୨୭ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍ରେ ଉପଲବ୍ଧ ।


