ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା ଓ ଅଧିକାର ସମ୍ମିଳନୀ

ଭୁବନେଶ୍ୱର(ଜୁଗାବ୍ଦ ନ୍ୟୁଜ୍‍): ରାଜ୍ୟ ତଥା ଦେଶରେ ଶିଶୁ ଓ ମହିଳାଙ୍କ ପ୍ରତି ହିଂସା, ବଳାକ୍ରାର ଓ ଅସଦାଚରଣ ବଢି ·ଲିଛି । ଏହା ସମାଜକୁ କଳୁଷିତ କରିବା ସହ ମୁଖ୍ୟ ସମସ୍ୟା ପାଲଟିଛି । ଏହିପରି ହିଂସାକୁ ତୃଣମୂଳସ୍ତରରେ ରୋକିବା ଏବଂ ମହିଳା ଓ ଶିଶୁଙ୍କୁ ଏକ ଏକ ଉତ୍ତମ ଭବିଷ୍ୟତ, ନିରାପଦ ପରିବେଶ ସୃଷ୍ଟି କରିବା ନିମନ୍ତେ ସ୍ଥାନୀୟ ସିୱାଇଏସ୍ଡ଼ିଠାରେ ଏକ ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା ଓ ଅଧିକାର ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରିଜିଓନାଲ ଅର୍ଗାନାଇଜେନ ଫର୍ ସୋସିଆଲ ଆକ୍ସନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲା ·ଇଲ୍ଡ଼ ହେଲ୍ପ ଲାଇନ୍-୧୦୯୮, ସିଡ଼ବ୍ଲୁସି ମେମ୍ବର, ଲିଗାଲ କମ୍ ପ୍ରେଭିଜନ ଅଫିସର, ଡ଼ିଡ଼ବ୍ଲୁଓ ଖୋର୍ଦ୍ଧା, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ବିଭିନ୍ନ ସଂଗଠନ ଯୋଗଦେଇ ଯୌନ ଅପରାଧ ସମ୍ପର୍କିତ ଆଇନ୍ ଓ ଏହାର ସମାଧାନ ପ୍ରଚେଷ୍ଟାକୁ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଅତିଥିଭାବେ ବାଲିଆପାଲ ·ଇଲ୍ଡ଼ ଲାଇନ୍ ସଂଯୋଜକ ପ୍ରଶାନ୍ତ କୁମାର ରାଉତ ଯୋଗ ଦେଇ ଶିଶୁ ଯୌନ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ ପୋକ୍ସୋ ଆଇନ୍କୁ ବ୍ୟାଖ୍ୟା କରି ସେ କହିଥିଲେ ୧୮ବର୍ଷରୁ କମ୍ ଶିଶୁଙ୍କ ପ୍ରତି ହେଉଥିବା ହିଂସା ପରିସ୍ଥିତିରେ ଶିଶୁ ଓ ତା ପରିବାର ଉପରେ ମାମଲା ପ୍ରତ୍ୟାହାର ଆଇନ୍ ନିମନ୍ତେ ଲଜ୍ଜାର ବିଷୟ । ନାରୀ ଓ ଶିଶୁ ସୁରକ୍ଷାର ପ୍ରକୃତ ସମାଧାନ ହେଉଛି ଚଳିତ ଆଇନ୍, ଯୋଜନା, ଦଣ୍ଡବିଧାନ, ନ୍ୟାୟ ପ୍ରଣାଳୀର ସଂସ୍କାର କରାଯିବା ଆବଶ୍ୟକ । ଏହା ସହ ଅଧିକରୁ ଅଧିକ ମିଳିତ ସହଯୋଗରେ ସଚେତନତା କାର୍ଯ୍ୟକ୍ରମ ଓ ପ୍ରଶିକ୍ଷଣରେ ଧ୍ୟାନ ଦେବା ଆବଶ୍ୟକ । ଶିଶୁ ସହିତ ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କୁ ନୂତନ ଭାବେ ସଂସ୍କରଣ କରାଯାଇଥିବା ମୃତ୍ୟୁଦଣ୍ଡ ଆଇନ୍ର ଉପକାରିତା ଓ ଅପକାରିତା ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତମ ଅଥି ଭାବେ ଫୁଲବାଣୀ ·ଇଲ୍ଲାଇନ୍ ସଂଯୋଜକ ଦୋଳଗୋବିନ୍ଦ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିବା ସହ ଯୁବାପିଢୀଙ୍କୁ ଆହ୍ୱାନ ଦେଇ କହିଥିଲେ ଯୁବପିଢୀ ଏପରି ସଚେତନ କାର୍ଯ୍ୟକ୍ରମରେ ବହୁଳ ମାତ୍ରାରେ ଯୋଗ ଦେଇ ଏହାର ପ୍ର·ର ଓ ପ୍ରସାର କରିବା ଆବଶ୍ୟକ । ମୁଖ୍ୟତଃ ଏହି ହିଂସାକୁ ରୋକିବା ନିମନ୍ତେ ସମସ୍ତଙ୍କ ମିିଳିତ ସହଯୋଗ, ମାନସିକତାର ପରିବର୍ତ୍ତନ ଓ ପରିବାରରେ ସଚେତନ ହେବା ଆବଶ୍ୟକ । କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଭାବେ ୱିମେନ୍ ହେଲ୍ପ ଲାଇନ୍, ଭୁବନେଶ୍ୱରର ପ୍ରଜ୍ଞା ବସ୍ତିଆ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଖେଳ ଓ ଚଳଚ୍ଚିତ୍ର ମାଧ୍ୟମରେ ‘ଗୁଡ୍ ଟଚ୍ ଆଣ୍ଡ ବ୍ୟାଡ୍ ଟଚ୍’ ବିଷୟରେ ବ୍ୟାଖ୍ୟା କରିଥିଲେ । ଶିଶୁମାନଙ୍କ ପ୍ରତି ହେଉଥିବା ହିଂସାକୁ କିପରି ରୋକାଯାଇ ପାରିବ ଏବଂ ଏଥିପାଇଁ କିପରି ନ୍ୟାୟିକ ବ୍ୟବସ୍ଥା ହେବା ଉଚିତ୍ ଛାତ୍ରଛାତ୍ରୀମାନେ ନିଜସ୍ୱ ମତପ୍ରଦାନ କରିଥିଲେ । ଏହାସହ ନ୍ୟାୟିକ ପଦ୍ଧତିରେ ଅପରାଧିଙ୍କୁ ଦଣ୍ଡାଦେଶ ସହ ଆଇନ, ଶାସନ ଏବଂ ସାମାଜିକ ଶୃଙ୍ଖଳା କରିବା ନିମନ୍ତେ ଶପଥପାଠ କରିଥିଲେ । କାର୍ଯ୍ୟକ୍ରମରେ ଶିଶୁ ବିବାହ, ଶିଶୁ ଶ୍ରମିକ, ଗୁଡ୍ଟଚ୍ ଆଣ୍ଡ ବ୍ୟାଡ୍ ଟଚ୍, ରାଇଟ୍ ଟୁ ଏଜୁକେଶନ, ସ୍କଲାରସିପ୍ ବିଷୟରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ବାଲିଆପାଳ ·ଇଲ୍ଡ଼ ହେଲ୍ପ ଲାଇନ୍ର ସଂଯୋଜକ ପ୍ରଶାନ୍ତ କୁମାର ରାଉତ, ୱିମେନ୍ ହେଲ୍ପ ଲାଇନ୍ ସେଣ୍ଟର ଭୁବନେଶ୍ୱରର ପ୍ର୍ରଜ୍ଞା ବସ୍ତିଆ, ଫୁଲବାଣୀ ·ଇଲ୍ଡ଼ ହେଲ୍ପ ସଂଯୋଜକ ଦୋଳଗୋବିନ୍ଦ, ଜିଲ୍ଲା ମଙ୍ଗଳ ଅଧିକାରୀ ମନୋଜ ନାୟକ ତଥା ଅନୁଷ୍ଠାନର ଅଲିଭା କେର୍କେଟା, ସଫିକ କୁମାର ନନ୍ଦ, ରସନୀ ଏକ୍କା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ