ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା

ଭୁବନେଶ୍ବର : ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା। ଭୁବନେଶ୍ୱର ବିମାନବନ୍ଦରରେ କ୍ୱାଲାଲୁମ୍ପୁରରୁ ଆସିଥିବା ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଛି ସୁନା। ୪୮ଟି ସୁନା ଖଣ୍ଡକୁ ଏହି ବ୍ୟକ୍ତିଜଣଙ୍କ କ୍ୱାଲାଲୁମ୍ପୁରରୁ ଭୁବନେଶ୍ୱର ଆସୁଥିବାବେଳେ କଷ୍ଟମ ବିଭାଗ ଏହି ସୁନା ଜବତ କରିଛି।
ଏହି ସୁନାର ଓଜନ ୨୧୫ ଗ୍ରାମ ଏବଂ ଏହାର ଆନୁମାନିକ ମୁଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ବିମାନବନ୍ଦରରେ ବ୍ୟାଗ ଚେକ୍‌ କରିବା ସମୟରେ ଏଥିରେ ସୁନା ଥିବା ଜଣା ପଡିଥିଲା। ତେବେ ସୁନା ପ୍ରକୃତରେ ଭୁବନେଶ୍ୱର କାହିଁକି ଆସୁଥିଲା ଓ ଏହା କି କାମରେ ଲାଗିଥାନ୍ତା ସେନେଇ ଅଧିକ ଖୋଳତାଡ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ