ଭୁଶୁଡି ପଡିଲା ବିଦ୍ୟାଳୟର ଶହେ ଫୁଟ ସୁରକ୍ଷା ପାଚେରୀ

ବନ୍ତ, (ଚାନ୍ଦିନୀ ମହାନ୍ତି ): ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ସରକାରୀ ଉଚ୍ଚ ବିଦ୍ୟାଳୟର ଶହେ ଫୁଟ ଦୈଘ୍ୟ ବିଶିଷ୍ଟ ସୁରକ୍ଷା ପାଚେରୀ ଶୁକ୍ରବାର ଭୁଶୁଡି ପଡିଥିବା ଦେଖା ଯାଇଛି l ପ୍ରକାଶ ଯେ, ଗତ ୧୨ ବର୍ଷ ପୂର୍ବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ବିଦ୍ୟାଳୟର ଦକ୍ଷିଣ ପାର୍ଶ୍ଵର ପ୍ରାୟ ୫ ଶହ ଫୁଟ ଦୈର୍ଘ୍ୟ ବିଶିଷ୍ଟ ସୁରକ୍ଷା ପାଚେରୀ ନିର୍ମାଣ ହୋଇଥିଲା l ନିର୍ମାଣ ସମୟରେ ପାଚେରୀ ମୂଳର ଉଭୟ ପାର୍ଶ୍ଵରେ ଆବଶ୍ୟକ ମାଟି ଫିଲିଙ୍ଗ ହୋଇନଥିଲା l ସେହିପରି ଏହି ପାଚେରୀ ପାର୍ଶ୍ଵ ଦେଇ ନିଳୋକ-ଓଳମ ରାସ୍ତା ଯାଇଥିବା ବେଳେ ଏହି ରାସ୍ତାରେ ଓଭର ଲୋଡ଼ିଂ ବାଲି ବୋଝଇ ହାଇୱା ଗାଡି ଯାତାୟତ ଫଳରେ କମ୍ପନ ସୃଷ୍ଟି ହୋଇ ପାଚେରୀ ଭୁଶୁଡି ପଡିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି l ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁରଥ ବେହେରାଙ୍କୁ ପଚାରିବାରୁ ପୂର୍ବରୁ ଏହି କାମ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିଲା, ଏବେ ଏହା ପଞ୍ଚାୟତ ରାଜ ବିଭାଗକୁ ହସ୍ତାନ୍ତର ହୋଇଥିବାରୁ ବ୍ଲକ ପ୍ରଶାସନ ଏହା ବୁଝିବ ବୋଲି କହିଥିଲେ l ତେବେ ଏନେଇ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ବିଡ଼ିଓଙ୍କୁ ଲିଖିତ ଜଣାଇବେ ବୋଲି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ