ଧାମନଗର (ଓ୍ବାଇଏନଏସ): ଧାମନଗର ଏନଏସି ଅନ୍ତର୍ଗତ ଶାମପୁର ଗ୍ରାମର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ସୂର୍ଯ୍ୟମଣି ତ୍ରିପାଠୀଙ୍କ ଧର୍ମପତ୍ନୀ ମହିୟସୀ ମହିଳା ସ୍ୱର୍ଗତ ସରସ୍ୱତୀ ତ୍ରିପାଠୀଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧଉତ୍ସବ ଶାମପୁର ସ୍ଥିତ ନିଜ ବାସଭବନରେ ଅନୁଷ୍ଠିତ ହୋଇଯାଇଛି।ଏହି ବାର୍ଷିକ ଶ୍ରାଦ୍ଧ ସମାରୋହରେ ବିଶିଷ୍ଟ ବ୍ୟକ୍ତି, ଶିକ୍ଷକ ଶିକ୍ଷୟିତ୍ରୀ,ବୁଦ୍ଧିଜୀବୀ,ସମାଜସେବୀ ବନ୍ଧୁ ବାନ୍ଧବ ଓ ଆତ୍ମୀୟ ସ୍ବଜନ ପ୍ରମୁଖ ଯୋଗ ଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ନିତ୍ୟାନନ୍ଦ ପାଠାଗାର ର ପରିଚାଳକ ଶିକ୍ଷାବିତ ରସାନନ୍ଦ ମହାପାତ୍ର, ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା,କୁମାରେଶ ଖିଲାର,ସେକ ଜାଫର ଅଲ୍ଲୀ,ସମାଜସେବୀ ଭାବଗ୍ରାହୀ ପଣ୍ଡା,ନାରାୟଣ ଚନ୍ଦ୍ର ମହାପାତ୍ର,ମାନଗୋବିନ୍ଦ ମହାପାତ୍ର,ଉଦ୍ଧବ ମିଶ୍ର,କୃଷ୍ଣଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ତ୍ରିପାଠୀ ପରିବାରର ସମସ୍ତ ସଦସ୍ୟ, ପୁତ୍ରବଧୂ,ଝିଅ ଜ୍ୱାଇଁ,ନାତୀ ନାତୁଣୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।ଦିବଙ୍ଗତା ସରସ୍ବତୀଙ୍କ ତିନିପୁଅ ନାରାୟଣ ଚନ୍ଦ୍ର ତ୍ରିପାଠୀ,ବାସୁଦେବ ତ୍ରିପାଠୀ ଓ ପଦ୍ମନାଭ ତ୍ରିପାଠୀ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।