କଲେଜର ଶ୍ରେଣୀଗୃହ ଓ ଇ-ଗ୍ରନ୍ଥାଗାର ଉଦଘାଟନ

ପୋଲସରା (ଅନୀଲ କୁମାର ମହାରଣା): ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ କରକମଳରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ଏବଂ ଇ-ଗ୍ରନ୍ଥାଗାର ୧୧/୮/୨୬ ତାରିଖ ଦିନ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ ଡକ୍ଟର ଭଗବାନ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ନିଜ ବକ୍ତବ୍ୟରେ ମାନ୍ୟବର ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଲାଭ କରିବା ସହ ପିତା, ମାତା ଓ ଗୁରୁମାନଙ୍କୁ ଭକ୍ତି କରିବାକୁ ପରାମର୍ଶ ଦେଇଥିଲେ। ଲୋକଙ୍କ ସରକାରରେ ଛାତ୍ର ଓ ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମଚାରୀମାନଙ୍କଙ୍କ ସମସ୍ୟା ଗୁଡିକ ଶୁଣିବା ସହ ସମାଧାନ ଦିଗରେ ତ୍ୱରିତ ପଦକ୍ଷେପକୁ ପ୍ରଂଶସା କରିଥିଲେ। ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଡ଼ଃ ନାରାୟଣ ବେହେରା, ବିଡ଼ିଓ ଶଶିଭୂଷଣ ମହାପାତ୍ର, ସମାଜସେବୀ ପ୍ରଭାକର ପଣ୍ଡା ଓ ଦୀପକ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ସୀମାଞ୍ଚଳ ସାହୁ, ସେବାନିବୃତ୍ତ ପ୍ରଧାନ ଶିକ୍ଷକ କାମ୍ପ ବାଢେଇ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଅଧ୍ୟାପକ ଦେବାଶିଷ ସ୍ୱାଇଁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡ଼କ୍ଟର ବିରଞ୍ଚି ନାରାୟଣ ରଥ ମାନ୍ୟବର ମନ୍ତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଦାନ ମାନ ପତ୍ର ପାଠ କରିଥିଲେ। ଅଧ୍ୟାପକ ଡ଼କ୍ଟର ହରିଶ୍ଚନ୍ଦ୍ର ପାଇକ ମନ୍ତ୍ର ପାଠ କରିଥିବା ବେଳେ ଅଧ୍ୟାପକ ଅନୀଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ