ଗୋପାଳପୁର ବନ୍ଦରରେ ଆଦାନୀ ଫାଉଣ୍ଡେସନର ‘ଉଡ଼ାନ’ କାର୍ଯ୍ୟକ୍ରମ ଶୁଭାରମ୍ଭ

ଛତ୍ରପୁର,୨୫/୧୧: ଗୋପାଳପପୁର ବନ୍ଦରରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ବନ୍ଦର ପରିଦର୍ଶନ ଭିତ୍ତିକ କାର୍ଯ୍ୟକ୍ରମ ‘ଉଡ଼ାନ’ ଆରମ୍ଭ ହୋଇଛି । ଏହି ଉଡାନ କାର୍ଯକ୍ରମ ଜରିଆରେ ସ୍ତାନୀୟ ଅଞ୍ଚଳର ବହୁ ସରକାରୀ ଏବଂ ବେସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୋପାଳପୁର ବନ୍ଦର ପରିଦର୍ଶନ କରିବେ। ଆଜି ଏକ ସ୍ଵତନ୍ତ୍ର କାର୍ଯକ୍ରମ ମାଧ୍ୟମରେ ଛତ୍ରପୁର ଉପ- ଜିଲ୍ଲାପାଳ  ଶିବାଶିଷ  ବରାଳ ଓ ଗୋପାଳପୁର ବନ୍ଦର ବ୍ୟବସାୟିକ ମୁଖ୍ୟ  ପ୍ରଶାନ୍ତ ପାତ୍ର ପତାକା ଦେଖାଇ ଏହି ଉଡାନ କାର୍ଯକ୍ରମକୁ ଶୁଭାରମ୍ଭ କରିଥିଲେ। ଆଜିର ଏହି ଉଦଘାଟନି ଉତ୍ସବରେ ଛତ୍ରପୁର ସରକାରୀ ମହିଳା ଉଚ୍ଚ ବିଦ୍ୟାଳୟର ୯ମ ଏବଂ ୧୦ମ ଶ୍ରେଣୀର ଏକ ୪୦ ଜଣିଆ ଛାତ୍ରୀ ଦଳକୁ ଉଡାନ ପରିଦର୍ଶନରେ ଗୋପାଳପୁର ବନ୍ଦରକୁ ଅଣାଯାଇଥିଲା। ପରିଦର୍ଶନ ସମୟରେ ଛତ୍ରପୁର ସରକାରୀ ମହିଳା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଏବଂ ଶିକ୍ଷକମାନେ ବନ୍ଦରର ଜେଟି ଅଞ୍ଚଳ ପରିଦର୍ଶନ କରି ଦେଖ‌ିବା ସହ ଏଠାରେ ବ୍ୟବହୃତ ହେଉଥ‌ିବା ଅନେକ ଆଧୁନିକ ଯନ୍ତ୍ରାଂଶ ଏବଂ ଯନ୍ତ୍ରପାତିର ପରିଚାଳନା ବିଷୟରେ ଉପସ୍ଥିତ ଥିବା ଅଭିଜ୍ଞ ଅଧ‌ିକାରୀଙ୍କ ଠାରୁ ପଚାରି ବୁଝିଥିଲେ । ଛାତ୍ରୀମାନେ ନୌବାଣିଜ୍ୟ ବିଭାଗର କ୍ୟାପଟେନ ଓ ବିଭାଗୀୟ କର୍ମଚାରୀମାନଙ୍କ ସହ ଜାହାଜଗୁଡ଼ିକ ସାମୁଦ୍ରିକ ଯାତାୟତ, ବିଭିନ୍ନ ଆମଦାନୀ ଓ ରପ୍ତାନି ପଦାର୍ଥ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଅବସରରେ ଗୋପାଳପୁର ବନ୍ଦରରେ ନିକଟରେ ଆସିଥିବା ଯୁଦ୍ଧ ଜାହାଜ ଆଇଏନଏସ ଖଞ୍ଜର ଦେଖି ପିଲାମାନେ ବେସ୍ ଉତ୍ସାହିତ ହୋଇଥିଲେ । ଏହି ଅବସରରେ ଗୋପାଳପୁର ବନ୍ଦର ବ୍ୟବସାୟିକ ମୁଖ୍ୟ  ପ୍ରଶାନ୍ତ ପାତ୍ର କହିଛନ୍ତି ଯେ ଆଦାନୀ ଗ୍ରୁପ ଅଧ୍ୟକ୍ଷ  ଗୌତମ ଆଦାନୀଙ୍କ କାଣ୍ଡଲା ପୋର୍ଟ ଭ୍ରମଣରେ ଏହି ଉଡାନ କାର୍ଯକ୍ରମର ଉତ୍ପତି ହୋଇଥିଲା । ଛାତ୍ରାବସ୍ଥାରେ କାଣ୍ଡଲା ପୋର୍ଟ ଭ୍ରମଣ ସମୟରେ ଏପରି ଏକ ପୋର୍ଟ ନିର୍ମାଣର ସ୍ପପ୍ନ ଦେଖିଥିଲେ ଶ୍ରୀ ଆଦାନୀ। ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବନ୍ଦରକୁ ଭ୍ରମଣରେ ନେଇ ସେମାନଙ୍କ ଭିତରେ ରାଷ୍ଟ୍ର ନିର୍ମାଣ ଓ ପୋର୍ଟ ନିର୍ମାଣ କରିବା ଭଳି ଅଭିଳାଷ ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।  ଚଳିତ ଆର୍ଥିକ ବର୍ଷରେ ‘ଉଡାନ’ କାର୍ଯ୍ୟକ୍ରମରେ ଗଞ୍ଜାମ, ଛତ୍ରପୁର, ରଙ୍ଗେଇଲୁଣ୍ଡା ବ୍ଳକ ଓ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ନବମ ରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଗୋପାଳପୁର ବନ୍ଦର ପରିଦର୍ଶନ କରିବାର ଆଦାନୀ ଫାଉଣ୍ଡେସନ ଲକ୍ଷ ରଖିଛି। ଏହି ଭଳି ଏକ ଅଭିନବ ପ୍ରୟାସ ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଗୋପାଳପୁର ବନ୍ଦର ଓ ଆଦାନୀ ଫାଉଣ୍ଡେସନକୁ ପ୍ରସଂଶା କରିଛନ୍ତି। ଆଦାନୀ ଫାଉଣ୍ଡେସନ ଗୋପାଳପୁର ବନ୍ଦରର ନିକଟବର୍ତ୍ତୀ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଏକ ମଡେଲ ପରିବେଶ ଗଠନ ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିଆସୁଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ