ଦାଦା ଓ ପୁତୁରାଙ୍କୁ ଆକ୍ରମଣ ଘଟଣାରେ ବିଭିନ୍ନ ମରାଣାଅସ୍ତ୍ର ସହ ୫ ଗିରଫ

ଛତ୍ରପୁର,(ଓ୍ବାଇଏନଏସ):  ଛତ୍ରପୁର ଥାନା ଅଧିନ ଗୋଲାପଲ୍ଲୀ ଗ୍ରାମରେ ପୂର୍ବଶତ୍ରୃତାକୁ କେନ୍ଦ୍ରକରି ଦୁଇ ଜଣକୁ ଆକ୍ରମଣ ଘଟଣାରେଛତ୍ରପୁର ପୁଲିସ ୫ ଜଣକୁ ଗିରଫ କରିଛି । ଗିରଫ ମାନେ ହେଲେ ଗୋଲାପଲ୍ଲୀ ଗ୍ରାମର କେ.ପ୍ରତାପ ପାତ୍ର,ବି.କିଷ୍ଣା ପାତ୍ର,ବି.ଲାଛେୟା ପାତ୍ର, ବି.ସିମା ପାତ୍ର ଓ ଏମ୍‌.ଦେବାରଜ ପାତ୍ର । ଆକ୍ରମଣ ସମୟରେ ବ୍ୟବାହର ହୋଇଥିବା ଢେଙ୍ଗା,କାତି ଓ ହାମାର ଜବତ କରିଛି ପୁଲିସ । ସୂଚନା ଥାଉକି ଗତକାଲି ସକାଳେ ଗୋଲାପଲ୍ଲୀ ର କେ.ଲାଛିକା ପାତ୍ର ଓ କେ.ରୁରତ ପାତ୍ର ପାହାଡ ନିକଟରେ ଛେଳି ଚରାଉଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରିଥିଲେ । ଦୁଇ ଜଣ ସମ୍ପର୍କରେ ଦାଦା ଓ ପୁତୁରା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଘଟଣାକୁ ନେଇ ତୁରନ୍ତ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ,ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସମେତ ପୁଲିସ କର୍ମଚାରୀ ମାନେ ଗାଁରେ ପହଂଚି ଛାନଭିନ ଚଲାଇଥିଲେ । ପରେ ଏହି ଆକ୍ରମଣ ଘଟଣାକୁ ନେଇ କେ.ଲାଛିକା ପାତ୍ରଙ୍କ ସ୍ତ୍ରୀ କେ.ଚନ୍ଦ୍ରମା ପାତ୍ର ଛତ୍ରପୁର ଥାନାରେ ୮ ଜଣ ଙ୍କ ନାମରେ ଏତଲା ଦେଇଥିଲେ । ପୁଲିସ  ୭୪୯/୨୫ ଏକ ମାମଲା ରୁଜୁ କରି ସଂପୃକ୍ତ ଥିବା ୫ ଜଣକୁ ଗିରଫ କରିଥିବା ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୂଚନା ଦେଇଛନ୍ତି । ସୂଚନା ରହିଛି କି ଯେ ଉଭୟ ଗୋଷ୍ଠୀ ମଧ୍ୟରେ କିଛି ଦିନ ହେବ ତିକ୍ତତା ରହିଆସୁଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ