ମୁଣ୍ଡାଳୋ ବଜାରରେ ଏଆଇକେକେଏମ୍‌ଏସ୍‌‌ର ପ୍ରତିବାଦ ସଭା

ନାଉଗାଁ, (ପ୍ରଦୋଷ ମହାନ୍ତି): ସଂଯୁକ୍ତ କିଶାନ ମୋର୍ଚ୍ଚା (ଏସକେଏମ୍‌)ର ଡାକରାରେ ଅଲ୍‌ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ (ଏଆଇକେକେଏମ୍‌ଏସ୍‌) ନେତୃତ୍ୱରେ ଶୁକ୍ରବାର ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍‌ର ମୁଣ୍ଡାଳୋ ବଜାରଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏସ୍‌ଆଇଆର୍‌ ପ୍ରକ୍ରିୟା ବନ୍ଦ ଏବଂ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ୧୪ କୋଟି ଭୋଟରଙ୍କ ନାମ ପୁନଃ ସଂଯୋଗ ଆଦି ତିନି ଦଫା ଦାବିରେ ଆୟୋଜିତ ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ଏହି ସଭା ହୋଇଥିଲା। ନାଉଗାଁ ବ୍ଲକ୍‌ କମିଟି ସଭାପତି ବସନ୍ତ ମଲ୍ଲିକଙ୍କ ପରିଚାଳନାରେ ଆୟୋଜିତ ସଭାରେ ସଂଗଠନର ରାଜ୍ୟ କମିଟି ସଭ୍ୟ କମ୍ରେଡ୍‌ ସୁବାସ ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦାବିଗୁଡ଼ିକ ସମର୍ଥନରେ ମତ ରଖିଥିଲେ। ଜିଲ୍ଲା ସଂଗଠକ ମହେଶ୍ୱର ଦାସ ଓ ବାଲିକୁଦା ବ୍ଲକ୍‌ କମିଟି ସମ୍ପାଦକ ରଘୁନାଥ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ। ଆସନ୍ତା ୩୦ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ମହାପଞ୍ଚାୟତକୁ ସଫଳ କରିବା ପାଇଁ ସଂଗଠକମାନେ ଉପସ୍ଥିତ ଲୋକଙ୍କୁ ଆହ୍ୱାନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ