ଅକ୍ଷୟ ତୃତୀୟା ଉତ୍ସବ ପାଳିତ
କୋଣାର୍କ, ୩୦.୦୪ (ଗଣେଶ ଚନ୍ଦ୍ର ବେହେରା) – ନୀଳାଚଳ କୃଷକ ମହାସଂଘର ୪୦ ତମ ପ୍ରତିଷ୍ଠା ଦିବସ ତଥା ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମପଞ୍ଚାୟତ ଅଧୀନରେ ଥିବା ବାଲିଦୋକାନ-ହାଟପଡ଼ିଆ ଠାରେ ମହାସଂଘର ସଭାପତି ଶ୍ରୀଯୁକ୍ତ ଗୋପୀନାଥ ମିଶ୍ରଙ୍କ ସଭାପତିତ୍ବରେ ମହାସମାରୋହରେ ପାଳନ ହୋଇଯାଇଛି। ଉକ୍ତ ଉତ୍ସବରେ ଡଃ. ମୃଦୁଳା ଦେବୀ , କେନ୍ଦ୍ରୀୟ ମହିଳା କୃଷି ଗବେଷଣା ସଂସ୍ଥାନ , ଭାରତ ସରକାର , ଭୁବନେଶ୍ବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଶ୍ରୀଯୁକ୍ତ ଅଖିଳ କୃଷ୍ଣ ମହାପାତ୍ର , ବରିଷ୍ଠ ଆଇନଜୀବୀ-ତଥା- ଉପଦେଷ୍ଟା, ଲୟର୍ସ ଫୋରମ୍ , ଓଡ଼ିଶା, ଢେଙ୍କାନାଳ ମୁଖ୍ୟବକ୍ତା , ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ , ବରିଷ୍ଠ ଆଇନଜୀବୀ ତଥା ଆବାହକ ଜନ ସୁରକ୍ଷା ଜନମଞ୍ଚ- ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଡଃ ସୂର୍ଯ୍ୟ ନାରାୟଣ ମିଶ୍ର , ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର , ସାକ୍ଷୀଗୋପାଳ , ପୁରୀ, ଡଃ. ମଞ୍ଜୁଳା ତ୍ରିପାଠୀ, ଉପନିର୍ଦ୍ଦେଶିକା , ଉଦ୍ୟାନ ବିଭାଗ , ସାକ୍ଷୀଗୋପାଳ , ପୁରୀ – ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ଆରମ୍ଭରୁ ଜାମ୍ମୁର ପହଲଗାମ୍ଠାରେ ୨୭ ଜଣ ପର୍ଯ୍ୟଟକ ଆତଙ୍କବାଦୀଙ୍କ ଦ୍ୱାରା ନିହତଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ମହାସଂଘ ୧୯୮୫ ମସିହାରୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଅହରହ କାର୍ଯ୍ୟ କରୁଥିବାରୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ସ୍ଵାଧୀନତାର ୭୮ ବର୍ଷ ବିତିଯାଇଥିଲେ ମଧ୍ୟ କୃଷକଙ୍କ ପାଇଁ ଏକ ସ୍ବତନ୍ତ୍ର ନୀତି ପ୍ରଣୟନ ନ ହୋଇପାରିବା, ଜୟ ଯବାନ , ଜୟ କିଷାନ୍ ନାରା ଦେଉଥିବା ସରକାର ସମାନ ଭାବେ ସୁବିଧା ସୁଯୋଗ ଯୋଗାଇ ନ ଦେବା, ଚାଷୀମାନଙ୍କର ମୌଳିକ ସୁବିଧା ପୂରଣ କରିବାରେ ସରକାରଙ୍କ ପଶ୍ଚାତ୍ପତ , ଆବଶ୍ୟକୀୟ ଶସ୍ୟ ସଂରକ୍ଷଣ , ଶୀତଳଭଣ୍ଡାର ନିର୍ମାଣ , ବିକ୍ରିବଟା ପାଇଁ ବଜାରର ବ୍ୟବସ୍ଥା ସୃଷ୍ଟି ନ କରିବା ଯୋଗୁଁ ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇ ପାରୁନାହାନ୍ତି ବୋଲି ଶ୍ରୀ ଅକ୍ଷୟ କୁମାର ଦାସ ପ୍ରକାଶ କରିଥିଲେ । ରାଜନୈତିକ ଦଳମାନଙ୍କ ଉପରେ ଖର୍ଚ୍ଚର ଅଙ୍କୁଶ ଲାଗୁ ହେବା ସହିତ ତାଙ୍କଠାରୁ ଆୟକର ଏବଂ ଜି.ଏସ୍ .ଟି ଆଦାୟ କରିବା ପାଇଁ ବିଧୂବଦ୍ଧ ଆଇନ ଆଣିବା ପାଇଁ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଅତ୍କଳ କୃଷ୍ଣ ମହାପାତ୍ର ପ୍ରକାଶ କରିଥିଲେ। ଯଦି ଚାଷୀମାନେ ସ୍ଵାଧୀନତା ପୂର୍ବର ସିପାହୀଙ୍କ ଭଳି ଜାଗ୍ରତ ନ ହେବେ କେବଳ ମତଦାତା ହୋଇ ରହିଯିବେ ଏବଂ ରାଜନୈତିକ ଦଳମାନଙ୍କ ଉପରେ ତୀକ୍ଷ୍ଣ ନଜର ନ ରଖିବେ ତାହାହେଲେ ଦେଶର ଅର୍ଥନୀତି ସଂପୂର୍ଣ୍ଣ ଭାବେ ବିଗିଡ଼ି ଯିବ ଏବଂ ଆଜି ଆମ ଦେଶର ଅର୍ଥନୀତି ରସାତଳ ଗାମୀ ହୋଇଯିବ, ଯାହାଫଳରେ ଧନୀ ଦିନକୁ ଦିନ ଧନୀ ହେଉଥିବାବେଳେ ଗରିବ ଦିନକୁ ଦିନ ଗରିବ ହେବାରେ ଲାଗିଛି ଏବଂ ଗରିବଙ୍କ ସଂଖ୍ୟା ଭାରତବର୍ଷରେ ଦିନକୁ ଦିନ ଦୃତଗତିରେ ବଢ଼ିଚାଲିଛି ବୋଲି ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର ମତପୋଷଣ କରିଥିଲେ। ପୁରୀ ଜିଲ୍ଲାର ମୁଖ୍ୟ ସମସ୍ୟା ଜଳସେଚନ , ଜଳ ନିଷ୍କାସନ , ଜଳ ସଂରକ୍ଷଣ , ବନ୍ୟା ନିୟନ୍ତ୍ରଣ, ଶସ୍ୟ ସଂରକ୍ଷଣ, ଶୀତଳ ଭଣ୍ଡାର ନିର୍ମାଣ, ନିୟନ୍ତ୍ରିତ ବଜାର କମିଟି , ସାକ୍ଷୀଗୋପାଳ ଓ ନିମାପଡ଼ା କୁ ସଠିକ୍ ଭାବେ ପରିଚାଳନା , ଆବଶ୍ୟକୀୟ ବିହନ ଋଣ ଓ ସାର ସଠିକ୍ ସମୟରେ ଯୋଗାଣ, ବାତ୍ୟାରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ବୃକ୍ଷରୋପଣ ପ୍ରଭୃତି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଆବଶ୍ୟକ ପଦକ୍ଷେପ ସରକାର ଗ୍ରହଣ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାର କୃଷକମାନଙ୍କ ପାଇଁ ଯେଉଁ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ କି ସେହି ସବୁ ସୁବିଧା ପ୍ରକୃତ ଚାଷୀମାନଙ୍କୁ ଦେବା ପାଇଁ ସରକାର ସ୍ଵତନ୍ତ୍ର ନୀତି ପ୍ରଣୟନ କରିଛନ୍ତି ତାହା ପ୍ରକୃତ ଚାଷୀଙ୍କୁ ପ୍ରଦାନ କରାଯାଉ ବୋଲି ସଭାପତି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଚାଷୀ ବା କୃଷକ ଭଳି ନାମକୁ ପରିବର୍ତ୍ତନ କରି ସରକାର କୃଷକମାନଙ୍କୁ ଅନ୍ନଦାତା ବୋଲି ବିଧୂବଦ୍ଧ ଭାବେ ଘୋଷଣା କରନ୍ତୁ ବୋଲି ସଂପାଦକ ଶ୍ରୀ ବିପ୍ରବର ପାତ୍ର ପ୍ରକାଶ କରିଥିଲେ । ବିଭିନ୍ନ କ୍ଷେତ୍ରରେ ସଂଫଳ ଅର୍ଜନ କରିଥିବା ୧୦ ଜଣ ସଫଳ ବ୍ୟକ୍ତିତ୍ଵ ଯଥା :-ଶ୍ରୀମତୀ ଲଳିତା ମହାନ୍ତି , ସୁଶ୍ରୀ ସ୍ୱପ୍ନାରାଣୀ ପ୍ରଧାନ , ସୁଶ୍ରୀ କ୍ରିଷ୍ଣା କୁମାରୀ ବିଶ୍ବାଳ , ସୁଶ୍ରୀ ମୋନିକା ରାୟ, ଦାଶରଥି ବିଶ୍ଵାଳ , ରବିନ୍ଦ୍ରନାଥ ସ୍ୱାଇଁ , ପ୍ରଦୀପ କୁମାର ପାତ୍ର , ଗୋପୀନାଥ ଭୋଳ , ସୁକାନ୍ତ ଚନ୍ଦ୍ର ନାୟକ ଓ କେଦାରନାଥ ପରିଡ଼ାଙ୍କୁ ଅତିଥିମାନଙ୍କ ଦ୍ବାରା କୃଷକ ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମନ୍ବୟ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁଃଶାସନ ସ୍ବାଇଁ , ଉପସଭାପତି ପ୍ରକାଶ କୁମାର ନାୟକ , ଡେଲାଙ୍ଗ ବ୍ଲକ୍ ସଭାପତି ଶ୍ରୀଯୁକ୍ତ ଶରତ କୁମାର ରାଉତ , କାକଟପୁର ବ୍ଲକ୍ ସଭାପତି ଶ୍ରୀଯୁକ୍ତ ଶିଶିର କୁମାର ବିଶ୍ୱାଳ ଅଭିଭାଷଣ ରଖୁଥିବାବେଳେ ଗୋପ ବ୍ଲକ୍ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବାମ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ପ୍ରାଥମିକ ପର୍ଯ୍ୟାୟରେ ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଶତାଧିକ ଚାଷୀଙ୍କ ଉପସ୍ଥିତିରେ ଅନ୍ୟତମ ଅତିଥି ଭାବେ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ଯୋଗଦେଇ ଅଖୀମୁଠି ଅନୁକୂଳ କରିଥିଲେ। ଶତାଧିକ ଚାଷୀ ମାନେ ବାଲିଦୋକାନ ବଜାରରୁ ବଳଦ , ଲଙ୍ଗଳ , ବିହନ ଓ ପୁଜା ସାମଗ୍ରୀ ଧରି ଶୋଭାଯାତ୍ରାରେ ବାହାରି ମୁଲଭାଗ ନିକଟରେ ପହଞ୍ଚିଥିଲେ। ସେଠାରେ ସଫଳ ଚାଷୀ ବ୍ରଜବନ୍ଧୁ ବାରିକଙ୍କ କ୍ଷେତରେ ଅତିଥି ମାନେ ପୂଜାର୍ଚ୍ଚନା ପରେ ହଳ କରିବା ସହ ବିହନ ବୁଣି ଅଖୀ ମୁଠି ଅନୁକୂଳ କରିଥିଲେ। କାର୍ଯ୍ୟକ୍ରମକୁ ମହିଳା ବିକାଶ ସଂଗଠନ ସମ୍ପାଦିକା ମଧୁସ୍ମିତା ସେନାପତିଙ୍କ ସମେତ କୃଷକ ମହାସଂଘ ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।