ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜଦ ଦାଶ) : କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର “ଜୟବାପୁ ଜୟ ସମ୍ବିଧାନ”କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ଜିଲ୍ଲା ଓ ୯ଟି ବ୍ଲକରେ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ତଥା ଓଡିଶାର ସହ-ପ୍ରଭାରୀ ମହମ୍ମଦ ସାହେନବାଜ ଚୈାଧୁରୀ ଯୋଗଦେଇ ଦଳୀୟ ସଂଗଠନକୁ ଅଧିକ ସୁଦୃଢ କରିବା ପାଇଁ ସମସ୍ତେ ଲାଗିପଡିବାକୁ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏଥିସହିତ ସମସ୍ତ ଦଳୀୟ ନେତା ଓ କର୍ମୀମାନଙ୍କ ସହଯୋଗ ମିଳିଲେ ଆଗାମୀ ଦିନରେ କେନ୍ଦ୍ରାପଡା ଜିଲ୍ଲାରେ ସଂଗଠନ ମଜଭୁତ ହେବା ସହ ଦଳ ସରକାରକୁ ଆସିପାରିବ ବୋଲି ମହମ୍ମଦ ଚୈାଧୁରୀ କହିଥିଲେ। ଜିଲ୍ଲାରେ ଅଖିଳ ଭାରତ କଂଗ୍ରେସ କମିଟିର “ଜୟବାପୁ ଜୟ ସମ୍ବିଧାନ”କାର୍ଯ୍ୟକ୍ରମକୁ ସଫଳତାର ସହିତ କାର୍ଯ୍ୟକାରୀ କରାଇବାକୁ ସେ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସହ ପ୍ରଭାରୀ ମହମ୍ମଦ ଚୈାଧୁରୀ ଜିଲ୍ଲାର ରାଜନୈତିକ ପରିସ୍ଥିତି ସମ୍ପର୍କରେ ଜଣ ଜଣ କରି ଦଳର ନେତା ଓ କର୍ମୀମାନଙ୍କ ସହ ଆଲୋଚନା କରିବା ସହ ମତାମତ ସଂଗ୍ରହ କରିଥିଲେ। କଂଗ୍ରେସ ଦଳରେ ବହୁ ମହିଳା ଓ ପୁରୁଷମାନେ ଅନ୍ୟଦଳ ଛାଡି ଯୋଗଦେଇଥିବା ବେଳେ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା। ଏହି ସଭାରେ ଦଳର ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥସ୍ୱରୂପ ଦାଶ, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ଆଳିର କଂଗ୍ରେସ ବିଧାୟିକା ପ୍ରାର୍ଥୀ ଦେବସ୍ମୀତା ଶର୍ମା, ପାଟକୁରାର ରତିକାନ୍ତ କାନୁନଗୋ, ରାଜନଗରର ଅଶୋକ ପ୍ରତିହାରୀ, ମହାକାଳପଡାର ବିଭ୍ରାଂଶୁଶେଖର ଲେଙ୍କା, ହଳଧର ସେଠୀ, ସମ୍ରାଟ ଜେନା, ବାବୁରାମ ଜେନା, ଭାଗିରଥୀ ଜେନା, ମହମ୍ମଦ ଆକବର ଅଲ୍ଲୀ, ଫକିର ଚରଣ ଖଟୁଆ, ସୟଦ ଅବଦୁଲ ସତ୍ତାର, ସଞ୍ଜୟ ରାଉତ, ବସନ୍ତ ସେଠୀ, ହେମନ୍ତ ବିଶ୍ୱାଳ,ବିଧୁଭୂଷଣ ମହାପାତ୍ର, ମଳୟ ଦାସ, ସଶ୍ମିତା ପଣ୍ଡା ପ୍ରମୁଖ ଶତାଧିକ ନେତା ଓ କର୍ମୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ କାଶ୍ମୀରର ପହେଲଗ୍ରାମରେ ଆତଙ୍କବାଦୀମାନଙ୍କ ଦ୍ୱାରା ନିହତ ବ୍ୟକ୍ତିବିଶେଷ ଓ ଆଳିର ପୂର୍ବତନ ବିଧାୟକ ସ୍ୱର୍ଗତ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ