ଲକ୍ଷ୍ମୀବଜାର ଟିପିସର ସେତୁ ନିର୍ମାଣ ଶେଷ ପରେ ଅଲୋଡା

ଆସିକା (ୱାଇଏନ୍‍ଏସ୍‍) : ଆସିକା ସହରର ସଦାସର୍ବଦା ବ୍ୟସ୍ତବହୁଳ ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ଅଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଗମନାଗମନ ଓ ଯାତାୟତର ସୁବିଧା ଲାଗି ୧୯୬୯ ମସିହାରେ ସ୍ଥାପିତ ହୋଇଥିବା ଟିପିସର ସେତୁଟି ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଅତୀତରେ ଆସିଯାଇଥିଲା । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ଉକ୍ତ ଟିପିସର ସେତୁରେ ଏକ ବକ୍ସସେଲ୍‍ କଲଭର୍ଟ ନିର୍ମାଣ ସକାଶେ ଆର୍ଥିକ ଅନୁଦାନ ମଞ୍ଜୁର କରିବାକୁ ବିଗତ କିଛି ବର୍ଷ ତଳେ ଆସିକା ପୌର ପରିଷଦ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଟିପିସର ସେତୁ ନିର୍ମାଣ କରିବା ପାଇଁ ଆର୍ଥିକ ଅନୁଦାନ ମଞ୍ଜୁର ହେବା ପରେ ଗତ ୨୦୨୩ ମସିହା ମାର୍ଚ୍ଚ ମାସ ୨୬ ତାରିଖରେ ତତ୍କାଳୀନ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ନିର୍ମାଣ ସକାଶେ ଆଭାସି ମାଧ୍ୟମରେ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଆସିକା ପୌର ପରିଷଦ ପକ୍ଷରୁ ଟିପିସର ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ଜନସାଧାରଣଙ୍କ ଯାତାୟତର ସୁବିଧା ଲାଗି ପ୍ରାୟ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଲକ୍ଷ୍ମୀବଜାର-ବିନାୟକ ବଜାରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ପାଶ୍ୱର୍ରେ ଲୁହାରେ ନିର୍ମିତ ଏକ ଅସ୍ଥାୟୀ ପାଦଚଲା ରାସ୍ତା ନିର୍ମାଣ କରିଥିଲେ । ଯାହାରି ଫଳରେ ଜନସାଧାରଣଙ୍କ ଯାତାୟତରେ ଉକ୍ତ ଅସ୍ଥାୟୀ ଲୁହାରେ ନିର୍ମିତ ରାସ୍ତା ବିଶେଷ ସହାୟକ ହେଉଥିଲା । ଲକ୍ଷ୍ମୀ ବଜାର-ବିନାୟକ ବଜାରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ପ୍ରାୟ ୯୫ ଲକ୍ଷ ୫୪ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଟିପିସର ସେତୁ ନିର୍ମାଣ କାର୍ଯ୍ୟ ଶେଷ ପରେ ଜନସାଧାରଣ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଦେଖିବାକୁ ମିଳୁଛି । ତେବେ ଟିପିସର ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ଲୁହାରେ ନିର୍ମିତ ହୋଇଥିବା ଅସ୍ଥାୟୀ ପୋଲର ମୂଲ୍ୟବାନ୍‍ ଲୌହ ସାମଗ୍ରୀକୁ ସେଠାରେ ବାହାର କରି ସୁରକ୍ଷିତ ଭାବେ ରଖିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୀର୍ଘ ବର୍ଷ ହେଲା କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ସାଂପ୍ରତିକ ପରିସ୍ଥିତିରେ ଖୋଲା ଆକାଶ ତଳେ ଶୀତ କାକର ଏବଂ ଖରାବର୍ଷାରେ ଭିଜି ଉକ୍ତ ଲୁହାରେ ନିର୍ମିତ ସେତୁର ସାମଗ୍ରୀ ନଷ୍ଟ ହେବାକୁ ବସିଲାଣି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଲୁହାରେ ନିର୍ମିତ ସେତୁର ଯନ୍ତ୍ରାଂଶ ବ୍ୟବହାର ଅନୁପଯୋଗୀ ହୋଇ ନଷ୍ଟ ହେବାକୁ ବସିଥିଲେ ମଧ୍ୟ ସେଗୁୁôଡିକୁ ସୁରକ୍ଷିତ ଭାବେ ରଖିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନ ମନୋବୃତ୍ତିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଲକ୍ଷ୍ମୀବଜାର-ବିନାୟକ ବଜାରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ପାଶ୍ୱର୍ରେ ଅଲୋଡା ହୋଇପଡିରହିଥିବା ଲୌହରେ ନିର୍ମିତ ସେତୁର ଲୁହା ସାମଗ୍ରୀକୁ କାଢି ସୁରକ୍ଷିତ ଭାବେ ରଖିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ