ଆମ ଆଦମୀ ପାର୍ଟି ପକ୍ଷରୁ ପ୍ରସ୍ତୁତି ବୈଠକ

କୋଣାର୍କ (ଓ୍ବାଇଏନଏସ): ଆମ ଆଦମୀ ପାର୍ଟି ପକ୍ଷରୁ କାକଟପୁର ମୋତି କଲ୍ୟାଣ ମଣ୍ଡପରେ ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ମଙ୍ଗଳବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଆପ ମୂଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ଓଡ଼ିଶାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଲଢେଇ ଅଭିଯାନ ଆରମ୍ଭ କରିବ। ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। କାକଟପୁର ନିର୍ବାଚନ ମଣ୍ଡଳୀରେ ସଂଗଠନ ସହ ସଦସ୍ୟତା କାର୍ଯ୍ୟ ଜାରି ରହିଛି। ଏନେଇ ଆମ ଆଦମୀ ପାର୍ଟି ଦିଲ୍ଲୀର ପ୍ରମୁଖ କର୍ମକର୍ତା ତଥା ଓଡ଼ିଶା ସହ ପ୍ରଭାରୀ ପୁନିତ୍ ରାୟ କର୍ମକର୍ତ୍ତା ମାନଙ୍କୁ ସାଂଗଠାନିକ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ଉପ ସଭାପତି ରବିନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଗସିଂହପୁର ଲୋକସଭା ପ୍ରଭାରୀ ସନ୍ଦିପ୍ତ କୁମାର ଦାସ, ସଂଗଠନ ସମ୍ପାଦକ ସୂର୍ଯ୍ୟକାନ୍ତ କାନୁନଗୋ ପ୍ରମୁଖ ଯୋଗ ଦେଇ କର୍ମୀ ମାନଙ୍କୁ ଦଳ ଲକ୍ଷ ଓ ଯୋଜନା ଉପରେ ଆହ୍ବାନ ଦେଇଥିଲେ। ଓଡିଶା ତଥା କାକଟପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଉପରେ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଆପ ନେତା। ଆଗାମୀ ନିର୍ବାଚନରେ ସାରା ଓଡ଼ିଶାରେ ପ୍ରତି ଜାଗାରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢେଇ ଜୋରଦାର କରିବ ଦଳ ବୋଲି ଦୃଢତାର ସହ ପ୍ରକାଶ କରିଛନ୍ତି ନେତାମାନେ। ଏହି ଅବସରରେ ଆମ ଆଦମୀ ପାର୍ଟି କାକଟପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ରମାକାନ୍ତ ସ୍ବାଇଁ, ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି, ମହିଳା ନେତ୍ରୀ ସୋନାଲି ରାଉତ୍, ଗୋପ ବ୍ଲକ ସଭାପତି ଦୁଷ୍ମନ୍ତ ଦଳାଇ, ସଂଖ୍ୟାଲଘୁ ନେତା ଶେଖ୍ ମୁମତାଜ ଓ ଭାଗବତ ବେହେରା ପ୍ରମୁଖଙ୍କ ୫୦ ରୁ ଉର୍ଦ୍ଧ୍ବ କର୍ମୀ ମାନେ ଯୋଗଦେଇ ଦଳକୁ ତୃଣମୂଳ ସ୍ତରରୁ ସଂଗଠିତ କରିବା ସହ ଆଗାମୀ ନିର୍ବାଚନରେ ଲଢେଇ ଜାରି ରଖିବେ ବୋଲି ଶପଥ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ