ଗଜପତିରେ ଆମ୍ବୁଲାନ୍ସ ସେବା ଲକ୍ଷ୍ୟ ଠାରୁ ବହୁ ଦୂରରେ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଥିବା ଲକ୍ଷ୍ୟ କରାଯାଇଛି. କୌଣସି ଏକ ରୋଗରେ ଜଣେ ବ୍ୟକ୍ତି ଗୁରୁତର ହୋଇ ଡାକ୍ତରଙ୍କ ନିର୍ଦେଶକ୍ରମେ ଗଜପତି ଜିଲ୍ଲାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ରେଫେର ହୋଇ ଯିବା ପାଇଁ ସରକାରୀ ଆମ୍ବୁଲାନ୍ସର ସାହାର୍ଯ୍ୟ ମାଗିଥିଲେ. ହେଲେ ମାତ୍ର 40 କିମି ଦୂରରେ ଥିବା ସରକାରୀ ଆମ୍ବୁଲାନ୍ସଟି ପହଞ୍ଚିବା ପାଇଁ 21 ଘଣ୍ଟା ସମୟ ଲାଗିଥିଲା. ଦୀର୍ଘ ଏତେ ସମୟ ଧରି ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ରୋଗୀ ଜଣକ ବହୁ ଦୁଃଖ ଯନ୍ତ୍ରଣା ପାଇଥିଲେ. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ଆର,ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନୂଆଗଡ ବ୍ଲକ ଅନ୍ତ ମାର୍ଲବା ଗ୍ରାମର ରବିନ୍ଦ୍ର ରଇତ ଶନିବାର ମଧ୍ୟାହ୍ନରେ କୌଣସି ଏକ ରୋଗରେ ଗୁରୁତର ହୋଇ ଭର୍ଭି ହୋଇଥିଲେ । ତାଙ୍କୁ ରାମଗିରି ଚିକିତ୍ସାକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ସୁଦ୍ଧା ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ରେଫର୍ କରାଯାଇଥିଲା । ରୋଗୀଙ୍କ ସମ୍ପର୍କୀୟମାନେ ୧୦୮ ଆମ୍ବୁଲାନ୍ସକୁ 7 ରୁ 8 ଥର ଯୋଗାଯୋଗ କରିଥିଲେ । ଦୀର୍ଘ ଘଣ୍ଟା ଅପେକ୍ଷା କଲେ. ତଥାପି ଆମ୍ବୁଲାନ୍ସ ପହଞ୍ଚିନଥ୍ଲା ବୋଲି ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଏ ସମ୍ପର୍କରେ ଡାକ୍ତର ବ୍ରଜରାଜ କରଙ୍କୁ ପଚାରି ବୁଝିବାରୁ କହିଥିଲେ ସେ ନିଜେ ମଧ୍ୟ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ. ଚନ୍ଦ୍ରଗିରି ମେଡ଼ିକାଲରେ ଆମ୍ବୁଲାନ୍ସ ଥାଇ ମଧ୍ୟ କାହିଁକି ପ୍ରାୟ 40 କିମି ଦୂର ମଧରେ ଥିବା ରାମଗିରି ଡାକ୍ତରଖାନାକୁ ଆମ୍ବୁଲାନ୍ସ ପହଞ୍ଚିଲା ନାହିଁ. ସେ ନେଇ ତଦନ୍ତ ଆବଶ୍ୟକ. ହେଲେ ପରିଶେଷରେ ଆମ୍ବୁଲାନ୍ସଟି ରବିବାର ସକାଳ ୯ଟାରେ ପହଞ୍ଚିଥିଲା. ପରେ ଅର୍ଥାତ ଦୀର୍ଘ ୨୧ ଘଣ୍ଟା ପରେ ରୋଗୀକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ଚନ୍ଦ୍ରଗିରି ଠାରୁ ରାମଗିରି ଡାକ୍ତରଖାନାକୁ ଆମ୍ବୁଲାନ୍ସ ଆସିବା ପାଇଁ 30 ରୁ, 40 କିମି ଦୂର ରାସ୍ତାରେ ଆମ୍ବୁଲାନ୍ସ ପହଞ୍ଚିବାକୁ 1 ଘଣ୍ଟା ସମୟ ଲାଗିବ.ବାରମ୍ବାର ଅନୁରୋଧ ସତ୍ୱେ ଦୀର୍ଘ ୨୧ ଘଣ୍ଟା ପରେ ଆମ୍ବୁଲାନ୍ସ ପହଞ୍ଚିବା ଯୋଗୁଁ ଗୁରୁତର ରୋଗୀ ଜଣକ ବହୁ ଦୁଃଖ କଷ୍ଟ ପାଇଥିଲେ. 1 ଘଣ୍ଟାର ରାସ୍ତା ପହଞ୍ଚିବା ପାଇଁ 21 ଘଣ୍ଟା କାହିଁକି ଲାଗିଲା ସେ ନେଇ ବିହିତ ତଦନ୍ତ କରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।