ଭଦ୍ରକ ଜିଲ୍ଲାରେ ୨୪ ଘଣ୍ଟାରେ ହାରାହାରି ୪୩.୭୪ ମି.ମି. ବର୍ଷା ରେକର୍ଡ
ଭଦ୍ରକ(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲ୍ଲାରେ ୧୪ ଜୁଲାଇ ସକାଳ ୮.୩୦ରୁ ୧୫ ଜୁଲାଇ ସକାଳ ୮.୩୦ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ମୋଟ ୩୦୬.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ହାରାହାରି ବର୍ଷା ପରିମାଣ ୪୩.୭୪ ମିଲିମିଟର ରହିଛି।ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଭଦ୍ରକ ବ୍ଲକରେ ସର୍ବାଧିକ ୧୦୨.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ପଛକୁ ଭଣ୍ଡାରିପୋଖରୀରେ ୫୧ ମି.ମି., ଧାମନଗରରେ ୪୦ ମି.ମି., ବନ୍ତ ଓ ତିହିଡ଼ିରେ ୩୯ ମି.ମି. ଲେଖାଏଁ, ଚାନ୍ଦବାଲିରେ ୧୯ ମି.ମି. ଏବଂ ବାସୁଦେବପୁରରେ ୧୬ ମି.ମି. ବର୍ଷା ହୋଇଛି।


