ହାତୀ ଘରେପସି ଖାଇଗଲା ଭାତ ତରକାରୀ ଓ ନଷ୍ଟ କଳା କପା ଚାଷ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ଦିନକୁ ଦିନ ହାତୀ ପାଇଁ ଲୋକଙ୍କ ଖାଦ୍ୟ ଓ ବାସଗୃହ ପ୍ରତି ବିପଦ ରହୁଥିବାରୁ ଅଞ୍ଚଳ ବାସି ବଡ଼ ଚିନ୍ତାରେ ପଡି ଯାଇଛନ୍ତି। ଦିନ କି ରାତି ହାତୀ ଜଙ୍ଗଲ ଛାଡି ଜନ ବସତି ଆଡ଼େ ମାଡି ଆସୁଥିବାରୁ ଲୋକଙ୍କ ଜୀବନ ସହ ଖାଦ୍ୟ ଓ ବାସ ଗୃହ ପରି ବିପଦ ରହୁଛି। ଦୀର୍ଘ ପ୍ରାୟ ଦୁଇ ବର୍ଷ ହେବ କଳାହାଣ୍ଡିଆ ହାତୀପୋଲ ଆସି କଲ୍ୟାଣସିଂହପୁର ବିନାଞ୍ଚଳରେ ଲୋକଙ୍କ ଜୀବନ ସହ ହେଖୁଥିବାରୁ ଲୋକେ ଅତିଷ୍ଟ ହୋଇ ଗଲେଣି। ବନ ବିଭାଗ କେବଳ ସଚେତନା କରିଵା ଛଡା ଆଉ କିଛି ଉପାୟ ନଥିବାରୁ ଚିନ୍ତାରେ ପଡି ଯାଇଛି। ଦିନକୁ ଦିନ ଜଙ୍ଗଲ ନଷ୍ଟ ସାଙ୍ଗକୁ ପରିବେଶ ପ୍ରଦୂଷଣ ହେଉଥିବାରୁ ହାତୀ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇ ଗଲେଣି ବୋଲି ପରିବେଶବିତ ପ୍ରକାଶ ଲରୁଛନ୍ତି। ନିୟମଗିରି ଅଞ୍ଚଳରେ ଥିବା ଗ୍ରାମ ଗୁଡାକରେ ଗ୍ରୀଷ୍ମ କାଳରେ ଆମ୍ବ ପଣଶ କଦଳୀ ସପୁରୀ, ଖାଇବା ପାଇଁ ରହୁଥିବା ବେଳେ ବର୍ଷା ଋତୁରେ ପାହାଡ଼ ତଳ ଗ୍ରାମ ଗୁଡାକକୁ ଆସି ପାଣି କପା, ଧାନ କାନ୍ଦୁଲ ସହ ଭାତ ତରକାରୀ ମଧ୍ୟ ଖାଇ ଯାଉଥିବାରୁ ବନ ବିଭାଗ ଅଣାୟତ ହୋଇ ପଡିଛି। ଗତ କାଲି ସିଙ୍ଗାରି ପଂଚାୟତ ର କରଞ୍ଜା ଗ୍ରାମର କିଛି ଲୋଇଙ୍କ କପା ଚାଷ ଦୋଳି ମକୋଚି ନଷ୍ଟ କରି ଡ୍ରାଇଥିବାରୁ ବନ ବିଭାଗ ଯାଇ ହାତୀକୁ ବିରକ୍ତ କରନି ବୋଲି ଆଶ୍ବସନା ଦେଇଛି। ପୁଣି ସୁନାଖଣ୍ଡି ପଞ୍ଚାୟତ ଉପରପଲି ଗ୍ରାମର ରାମଚନ୍ଦ୍ର ହୁଇକାଙ୍କ ଘରେ ପସି କାନ୍ଥ ଭାଙ୍ଗି ଭାତ ତରକାରୀ ଖାଇବା ସହ ଚାଉଳ ଧାନ ଖାଇ ନଷ୍ଟ କରିଦେଇଥିବା ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଦିନକୁ ଦିନ ହାତୀଙ୍କ ଦୌରାମ୍ୟ ଯୋଗୁଁ ଲୋକେ ଅତିଷ୍ଠ ହୋଇ ପଡିଲେଣି। ବନ ବିଭାଗ ହାତୀଙ୍କ ପାଇଁ କେବଳ ଜନ ସଚେତନା କରିବା ଛଡା ଆଉ କିଛି ଉପାୟ ନଥିବାରୁ ବ୍ୟାପକ କ୍ଷତି ସହୁ ଛନ୍ତି ଚାଷୀ ଓ ସାଧାରଣ ଲୋକେ।


