ଅଙ୍ଗନବାଡ଼ି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’ ପାଳିତ

ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ଭାଲିଆଡାଙ୍ଗ ଅଙ୍ଗନବାଡ଼ି କେନ୍ଦ୍ରଠାରେ ‘ଆଙ୍ଗନ କ ଉତ୍ସବ’ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ସହଦେବଖୁଣ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର   ଡା ଲମ୍ବୋଧର ବଳ  ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପ୍ରାକ୍‌ବିଦ୍ୟାଳୟରେ ପଢ଼ୁଥିବା ଶିଶୁମାନଙ୍କ ଅଭିଭାବକଙ୍କ ମଧ୍ୟରେ ଏକ ପିଠା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଅଭିଭାବକମାନେ ବିଭିନ୍ନ ପ୍ରକାରର ପାରମ୍ପରିକ ପିଠା ପ୍ରସ୍ତୁତ କରି ନିଜର ପାକକଳା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ବିଶ୍ୱାଳ ଏବଂ ସ୍ଥାନୀୟ କାଉନସିଲର ଦେବାଶିଷ ସିଂହ ଉପସ୍ଥିତ ଥିଲେ। ଉତ୍ସବ ମାଧ୍ୟମରେ ଶିଶୁମାନଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ପ୍ରାକ୍‌ଶିକ୍ଷା ସମ୍ପର୍କରେ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ଓ ଅଙ୍ଗନବାଡ଼ି କେନ୍ଦ୍ର ସହିତ ସେମାନଙ୍କର ସମ୍ପୃକ୍ତି ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ