ଟିକୁ ସ୍ୱାଇଁଙ୍କ ସ୍ମୃତିରେ ୮୦ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ
ବନ୍ତ, (ଚାନ୍ଦିନୀ ମହାନ୍ତି): ବାହାରେ ମୂଷଳଧାରାରେ ବର୍ଷା। ଘରୁ ପଦାକୁ ବାହାରିବା ଅସମ୍ଭବ। ରାତିରୁ ବିଦ୍ୟୁତ୍ ସେବା ବିଚ୍ଛିନ୍ନ। ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନା ଥିଲା ଲାଇଟ୍, ନା ଚାଲୁଥିଲା ଏସି କି ଫ୍ୟାନ୍। ଏଭଳି ପ୍ରତିକୂଳ ପରିସ୍ଥିତିରେ ରକ୍ତଦାନ ଶିବିର ହେବ କି ନାହିଁ, ତାହାକୁ ନେଇ ସୃଷ୍ଟି ହୋଇଥିଲା ଅନିଶ୍ଚିତତା। ଭଦ୍ରକ ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ଶିବିରର ତାରିଖ ଘୁଞ୍ଚାଇବା ପାଇଁ ମଧ୍ୟ ଅନୁରୋଧ ଆସିଥିଲା। ମାତ୍ର ଟିକୁ ସ୍ୱାଇଁ ସ୍ମୃତି ପରିଷଦ ନିଷ୍ପତ୍ତିରେ ଅଟଳ ରହିଥିଲା।ଶେଷରେ ଏହି ସଂକଳ୍ପ ଆଗରେ ପ୍ରତିକୂଳ ପାଗ ହାର ମାନିଥିଲା। ଜନନେତା ସ୍ୱର୍ଗତ ଟିକୁ ସ୍ୱାଇଁଙ୍କ ସ୍ମୃତିରେ ଆୟୋଜିତ ଶିବିରରେ ଯୁବପିଢ଼ି ସ୍ୱତଃସ୍ଫୂର୍ତ୍ତ ଭାବେ ଆଗେଇ ଆସିବାରୁ ୮୦ ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହ ହୋଇଥିଲା। ପ୍ରତିକୂଳ ପରିସ୍ଥିତିରେ ଏତେ ସଂଖ୍ୟକ ରକ୍ତଦାତାଙ୍କ ଉପସ୍ଥିତି ସମସ୍ତଙ୍କୁ ଅଭିଭୂତ କରିଥିଲା। ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକ ବନ୍ତରେ ପହଞ୍ଚି ପ୍ରଥମେ ଶତାଧିକ କର୍ମକର୍ତ୍ତା ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ସ୍ୱର୍ଗତ ଟିକୁ ସ୍ୱାଇଁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ରକ୍ତଦାନ ଶିବିରକୁ ଫିତା କାଟି ଉଦ୍ଘାଟନ କରିଥିଲେ। ଶିବିରରେ ଭଦ୍ରକ ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ଦାସ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଚିନ୍ମୟ ଦାସ,ବନ୍ତ ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ,ବସନ୍ତିଆ ସରପଞ୍ଚ ଅଶୋକ ସାହୁ,ପଧାନପଡ଼ା ସରପଞ୍ଚ ଗଜେନ୍ଦ୍ର ସେଠୀ, ବଡ଼ମଇଁଷିଗୋଠ ସରପଞ୍ଚ ବିନୋଦିନୀ ମହାନ୍ତି, ସେଣ୍ଢତିରା ସରପଞ୍ଚ ପ୍ରଶାନ୍ତ ଦାସ,ମହାନ୍ତିପଡ଼ା ସରପଞ୍ଚ ନିହାର ରଞ୍ଜନ ପଣ୍ଡା,ଟିଲୋ ସରପଞ୍ଚ ସଂଗ୍ରାମ ଜେନା,ସୁବାସ ଦାସ,ସେକ ଜଲାଲଉଦ୍ଦୀନ,ବସନ୍ତିଆ ସମବାୟ ସମିତି ସଭାପତି ବସନ୍ତ ବେହେରା,ବନ୍ତ ସମବାୟ ସମିତି ସଭାପତି ଅଜୟ ନାୟକ, ଯୁବନେତା ଦୀପକ ମହାନ୍ତି,ବିପିନ ବିହାରୀ ନାୟକ, ଶତ୍ରୁଘ୍ନ ମହାରାଜ,ବିଜୟ ବିଶ୍ୱାଳ,ସମିମ ନୱାଜ,କୃଷକ ନେତା ତ୍ରିଲୋଚନ ପଣ୍ଡା,ଯୁବନେତା ସଞ୍ଜିବ ବେହେରା,ଆଲୋକ ରାଉତ,କାହ୍ନା ନାୟକ,କିଶୋର ରାଉତ,କଂଗ୍ରେସ ଯୁବ ନେତା ସନ୍ଦୀପ ଜେନା,ବିଜେଡି ଛାତ୍ର ନେତା ତୃପ୍ତିରଞ୍ଜନ ଦାସ,ଚନ୍ଦନ ଦାସ ଓ ରାଜୀବ ଅଲ୍ଲୀ ପ୍ରମୁଖ ଯୋଗଦେଇଥିଲେ। ଭଦ୍ରକ ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ଏଲ୍ଟି ଲିଲିମା ସ୍ୱାଇଁ, ରତିକାନ୍ତ ବଳ, ତରଣୀସେନ ଜେନା, ପ୍ରକାଶ ବେହେରା ଓ ବଳରାମ ପୁହାଣ ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କାର୍ଯ୍ୟ ପରିଚାଳନା କରିଥିଲେ। ଟିକୁ ସ୍ୱାଇଁ ସ୍ମୃତି ପରିଷଦ ପକ୍ଷରୁ ଶିଶିର ନାୟକ, ଶିଶିର ପାତ୍ର, ମାନସ ପାତ୍ର, କୁନା ଦାସ, ଦୋଳଗୋବିନ୍ଦ ଲେଙ୍କା ଓ ଜ୍ଞାନଜ୍ୟୋତି ଧଳ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ପ୍ରବଳ ବର୍ଷା ଓ ବିଦ୍ୟୁତ୍ ବିଚ୍ଛିନ୍ନତାକୁ ଅତିକ୍ରମ କରି ହୋଇଥିବା ଏହି ରକ୍ତଦାନ ଶିବିର ସ୍ୱର୍ଗତ ଟିକୁ ସ୍ୱାଇଁଙ୍କ ସ୍ମୃତି ପ୍ରତି ଏକ ନିଆରା ଶ୍ରଦ୍ଧାଞ୍ଜଳି ପାଲଟିଥିଲା। ବର୍ଷା ଯେତେ ପ୍ରବଳ ହୋଇଥିଲେ ମଧ୍ୟ ରକ୍ତଦାତାଙ୍କ ମାନବିକତା ଓ ସେବାର ସଂକଳ୍ପକୁ ଅଟକାଇ ପାରିନଥିଲା।


