ବ୍ଲକ ଏବଂ ଏନ ଏ ସି ରେ ୩ ଦିନ ଧରି ‘ଆଙ୍ଗନ କା ଉତ୍ସବ’ ପାଳିତ

ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଏବଂ ଏନ ଏ ସି ଅଞ୍ଚଳରେ ରାଜ୍ୟ ସରକାରଙ୍କ ‘ସେବା ସଙ୍କଳ୍ପ ଅଭିଯାନ’ ଏବଂ ‘ନବମ ପୋଷଣ ମାସ’ ଅବସରରେ ୩ ଦିନ ଧରି ‘ଆଙ୍ଗନ କା ଉତ୍ସବ’ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଗର୍ଭବତୀ ମହିଳା, କିଶୋରୀ ଓ ଶିଶୁମାନଙ୍କ ସହ ଅଭିଭାବକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ପୋଷଣ,ସ୍ୱାସ୍ଥ୍ୟ,ପରିଷ୍କାର-ପରିଚ୍ଛନ୍ନତା ଓ ଶିଶୁମାନଙ୍କ ଯତ୍ନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଅଧିନ କୋରୁଆ ସମେତ ବିଭିନ୍ନ କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ସୁମିତ୍ରା ଜେନା,ଲୀଳାବତୀ ଦାସ,ପୁଷ୍ପଲତା ସ୍ୱାଇଁ,ସନ୍ଧ୍ୟାରାଣୀ ରାଉତ ଓ ପ୍ରଣତି ପଣ୍ଡାଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ବିଜେପି ଗ୍ରାମୀଣ ମଣ୍ଡଳ ସଭାପତି ଶ୍ରୀକାନ୍ତ ନାୟକ,ଗୋବିନ୍ଦପୁରର ପୂର୍ବତନ ସମିତି ସଭ୍ୟ ଅଶୋକ ପଣ୍ଡା ସମାଜସେବୀ ପ୍ରଶାନ୍ତ ନାୟକ (ମୁନା),ଶୁଭଙ୍କର ନାୟକ ପ୍ରମୁଖ ଯୋଗଦେଇଥିଲେ। ଧାମନଗର ଏନ ଏ ସି ଅନ୍ତର୍ଗତ ଶାମପୁରଙ୍କ ସମେତ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ଏଭଳି ଆୟୋଜନ ମାଧ୍ୟମରେ ମହିଳା ଓ ଶିଶୁଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ଅଙ୍ଗନବାଡ଼ି ଦିଦି ଓ ଅତିଥି ମାନଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ