ଅଙ୍ଗନବାଡ଼ି କେନ୍ଦ୍ର ଅଧାଭଙ୍ଗା : ମମତା ଗୃହରେ ଚାଲିଛି ପିଲାଙ୍କ ଶିକ୍ଷାଦାନ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ଅପପୁଷ୍ଟି, କୁ ପୋଷଣ କୁ ରୋକିବା ନିମନ୍ତେ ସରକାର ତରଫରୁ ବିଭିନ୍ନ ଯୋଜନା ଚାଲୁ ରଖିଛନ୍ତି। କୁନି କୁନି ପିଲା ତା ସହିତ ଗର୍ଭବତୀ,ପ୍ରସୁତି, ନବଜାତ ଶିଶୁ ମାନଙ୍କୁ ଉଚିତ ପରାମର୍ଶ ଦେଇ ଆସୁଛି ଅଙ୍ଗନବାଡ଼ି କେନ୍ଦ୍ର। କିନ୍ତୁ ଏହି କେନ୍ଦ୍ର ଗୁଡିକୁ ଆଜି ଅବହେଳିତ ଅବସ୍ଥାରେ ରହିଥିବା ଦେଖିବାକୁ ଦେଖିବାକୁ ମିଳିଛି ଝୁମ୍ପୁରା ବ୍ଲକ ରେ। ଏହି ବ୍ଲକ ବାରିଆ ପଞ୍ଚାୟତ ର ବାରିଆ (କ) ଅଙ୍ଗନବାଡ଼ି କେନ୍ଦ୍ର ଟି ଆଜି ଅବହେଳିତ ଅବସ୍ଥାରେ ରହିଥିଲେ ମଧ୍ୟ ଏହି କେନ୍ଦ୍ର ର ଉନ୍ନତି କରଣ କରିବା ଦିଗରେ ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ବ୍ଲକ ପ୍ରଶାସନ ଗୁରୁତ୍ବ ଦେଉନଥିବା ଦେଖିବାକୁ ମିଳିଛି। ଏହି ସର୍ବପୁରାତନ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ପୂର୍ବରୁ ଟାଇଲ ଘର ନିର୍ମାଣ କରାଯାଇ ଥିଲା କିନ୍ତୁ ବର୍ତ୍ତମାନ ଏହି ଅଙ୍ଗନବାଡ଼ି କେନ୍ଦ୍ର ର ଗୃହ ଟି ଅଧାଭଙ୍ଗା ଅବସ୍ଥାରେ ଦଣ୍ଡାୟମାନ ହୋଇ ରହିଛି। କେନ୍ଦ୍ର ଟି କେତେ ବେଳେ ଭୁଷୁଡି ପଡିବା କିଏ କହି ପାରିବ। ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଅଙ୍ଗନବାଡ଼ି କର୍ମୀ କେନ୍ଦ୍ର ରେ ପିଲାଙ୍କ ନ ବସାଇ ସରକାର ତରଫରୁ ଗର୍ଭବତୀ ଓ ପ୍ରସୂତି ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ନିର୍ମାଣ ହୋଇଥିବା ମମତା ଗୃହ ରେ ବସାଇ କୁନି କୁନି ପିଲା ମାନଙ୍କୁ ନାଚ ଗୀତ ମାଧ୍ୟମରେ ପ୍ରିସ୍କୁଲ ଶିକ୍ଷା ପ୍ରଦାନ କରୁଛନ୍ତି। ବର୍ତ୍ତମାନ ଏହି କେନ୍ଦ୍ର ରେ ୨୬ ପିଲା ପ୍ରିସ୍କୁଲ ଶିକ୍ଷା ଗ୍ରହଣ କରୁଛନ୍ତି। ମମତା ଗୃହ ଅତ୍ୟନ୍ତ ଛୋଟ ହୋଇଥିବାରୁ ପିଲା ମାନେ ବସି ଅରୁଣୀ ମା ପୁସ୍ତକ ଅଭ୍ୟାସ କରିବା କିମ୍ବା ନାଚ ଗୀତ ମାଧ୍ୟମରେ ପ୍ରିସ୍କୁଲ ଶିକ୍ଷା ଗ୍ରହଣ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗର୍ଭବତୀ ପ୍ରସୂତି ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହୋଇଥିବା ଘରେ ପିଲା ମାନେ ବସୁଥିବାରୁ ଟୀକାକରଣ ଓ ସ୍ବାସ୍ଥ୍ୟ ପରୀକ୍ଷା କରିବା ରେ ଅସୁବିଧା ସୃଷ୍ଟି ହେଉଛି। ସରକାର ଅଯଥାରେ ଯେଉଁ ଠାରେ ରାସ୍ତା, ଡ୍ରେନ , ବର୍ଷା ଜଳ ସଂରକ୍ଷଣ କାମ କରି ସରକାର ଙ୍କ ଅର୍ଥକୁ ଅପଚୟ କରୁଛନ୍ତି। କିନ୍ତୁ ଯେଉଁଠାରେ ଅତ୍ୟନ୍ତ ଆବଶ୍ୟକ ହେବା କଥା ସେଠାରେ ନିର୍ମାଣ ହୋଇପାରୁ ନାହିଁ। ଏହି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଘର ନିତ୍ୟାନ୍ତ ଆବଶ୍ୟକ ଥିବା କଥା ସବୁ ଅଧିକାରୀ ଜାଣି ମଧ୍ୟ ଅଜଣା ରହିବା ପଛରେ କି କାରଣ ରହିଛି ବୋଲି ଏବେ ଆଲୋଚନା ହେଉଛି। ସହିପରି କେନ୍ଦ୍ର ପାଇଁ ନିର୍ମାଣ ହୋଇଥିବା ରୋଷେଇ ଘର ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ସେହି ବିପଦ ସଙ୍କୁଳ ଗୃହ ରେ ପିଲାଙ୍କ ଜଳଖିଆ, ଭୋଜନ ସହିତ ଗର୍ଭବତୀ ପ୍ରସୂତି, କିଶୋରୀ ମାନଙ୍କ ନିମନ୍ତେ ଆସୁଥିବା ପୃଷ୍ଟିକର ଖାଦ୍ୟ ରହିବା ସହିତ କେନ୍ଦ୍ରର ସମସ୍ତ ରେକର୍ଡ ପତ୍ର ରହୁଛି ବର୍ଷା ହେଲେ ରୋଷେଇ ଘର ଓଦା ହେବା ସହିତ ରୋଷେଇ ଘର କାନ୍ଥ ହଲୁଛି। କେନ୍ଦ୍ର ଉପରେ ୨୬ ପ୍ରିସ୍କୁଲ ପିଲା ଠାରୁ ଆରମ୍ଭ କରି ୪ ଗର୍ଭବତୀ,୪ ପ୍ରସୂତି ଏବଂ ୭ ମାସରୁ ୩ ବର୍ଷ ମଧ୍ୟରେ ରହିଥିବା ୧୯ ଛୁଆ ସଂପୂର୍ଣ୍ଣ ନିର୍ଭର କରୁଛନ୍ତି। ପିଲାଙ୍କ ପାଇଁ ଖେଳିବାର ସୁବିଧା ନାହଁ ତା ସହିତ ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇପାରୁ ନାହିଁ।ଏହି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଗୃହ ଯୋଗାଇ ଦେବା ଦିଗରେ ବ୍ଲକ ପ୍ରଶାସନ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଦାବି ହେଉଛି।