ଅନ୍ନଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (ଓ୍ବାଇଏନଏସ) : ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ଉପଲକ୍ଷେ ବ୍ରହ୍ମପୁର ସହରର ଆରାଧ୍ୟ ଦେବତା ବାବା ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିର ଠାରେ ପ୍ରବଳ ଭକ୍ତଙ୍କ ସମାଗମ ସହ “ଅନ୍ନଯଜ୍ଞ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ଅବସରରେ ବାବା ନୀଳକଣ୍ଠେଶ୍ୱର ମହାଦେବଙ୍କୁ ପ୍ରାୟ ତିରିଶି ହଜାରରୁ ଉର୍ଦ୍ଧ ଭକ୍ତ ଦର୍ଶନ କରିଥିବା ବେଳେ ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ “ଅନ୍ନଯଜ୍ଞ” ରେ ପ୍ରାୟ ଆଠ ହଜାରରୁ ଉର୍ଦ୍ଧ ଭକ୍ତ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ । ତେଲୁଗୁ ସମ୍ପ୍ରଦାୟର ବହୁ ଭକ୍ତ ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର ଉପଲକ୍ଷେ ବାବା ନୀଳକଣ୍ଠେଶ୍ୱର ମହାଦେବଙ୍କୁ ଦର୍ଶନ କରିବାର ମିଳିଥିଲା । ବାବା ନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିରରେ ପ୍ରବଳ ଜନସମାଗମ ହେଉଥିବାରୁ ସେମାନଙ୍କ ସୁରକ୍ଷା ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ବ୍ରହ୍ମପୁର ସହରର ବହୁ ରାଜନୈତିକ ବ୍ୟକ୍ତି,ସମାଜସେବୀ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବାବା ନୀଳକଣ୍ଠେଶ୍ୱର ମହାଦେବଙ୍କ ଦର୍ଶନ କରି ଆଶିର୍ବାଦ ନେବା ସହ “ଅନ୍ନଯଜ୍ଞ” କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ । ଏହି ସାମୟିକ କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ଜଗଦୀଶ ପାଣିଗ୍ରାହୀ,ସଭାପତି କାଳୀକିଙ୍କର ପାତ୍ର,ସମ୍ପାଦକ ଦାସରଥି ବେହେରା,ବି ପ୍ରଶାନ୍ତ ପାତ୍ର,ଦାମୋଦର ପାଣିଗ୍ରାହୀ,ଅଜୟ କୁମାର ଦଳେଇ,ରବିନ୍ଦ୍ର ସାହୁ,ଜଗନ୍ନାଥ ପଣ୍ଡା,ସଦାନନ୍ଦ ସେନାପତି,ମନୋଜ ପଣ୍ଡା,ବିପ୍ରଚରଣ ଦଳେଇ,କୁମାର ବେହେରା,ଏସ୍ ଦଣ୍ଡପାଣି,କେଦାର ପାଣିଗ୍ରାହୀ,ସଦାଶିବ ପାତ୍ର,ଖଲି ସାହୁ,ସନ୍ୟାସୀ ନାୟକ,ସିଏଚ ଶ୍ରୀନିବାସ,ସୁଶିଲ ପାତ୍ର,ବି ନାନୀ,କେ ହରି ନାରାୟଣ ସୁବୁଦ୍ଧି,ବିକ୍ରମ ବେହେରା,କୃଷ୍ଣ ଚନ୍ଦ୍ର ସେନାପତି,ଭୈରବ ସ୍ୱାଇଁ,ସୁଦର୍ଶନ ସେଠୀ,ଦଣ୍ଡପାଣି ସାହୁ,ବୀରଭଦ୍ର ରାଓ,ମୋହନ ଚନ୍ଦ୍ର ସ୍ବାଇଁ,ଜି ମହେଶ ରାଓ,ପ୍ରମୋଦ ସେଠୀ,ସୁନିଲ କୁମାର ସାହୁ,ପୂଜାରୀ ଚନ୍ଦ୍ରଶେଖର ପ୍ରତିନିଧି,ନାରାୟଣ ପ୍ରତିନିଧି,କୃଷ୍ଣ ପ୍ରତିନିଧି,ମୁକେଶ ରାଉଳ,ଶିବା ରାଉଳ,କୈଳାସ ଚନ୍ଦ୍ର ରାଉଳ,ସୀମାଞ୍ଚଳ ରାଉଳ,ଦିନେଶ ରାଉଳ,ମହେଶ ରାଉଳ,ଶଙ୍କର ରାଉଳ ପ୍ରମୁଖଙ୍କ ସମେତ ମହାଦେବଙ୍କ ଭକ୍ତ ସହଯୋଗୀ ସଭ୍ୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ