ଶିବନାରାୟଣପୁର ଗ୍ରାମରେ ମା’ଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା ର ବାର୍ଷିକ ଉତ୍ସବ

ହାଟଡିହି  (ଓ୍ବାଇଏନଏସ): ଶିବନାରାୟଣପୁର ଗ୍ରାମରେ ମା’ଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠାର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ପାଇଁ ଗତକାଲି ଅଙ୍କୁରରୋପଣ କର୍ମ ଓ ଅଧିବାସ କର୍ମ କରାଯାଇଥିବା ବେଳେ ଆଜି ସକାଳୁ ପୁଣ୍ୟତୋୟା ବୈତରଣୀରୁ ୫୪ କଳଶ ଅଣାଯାଇ ଗ୍ରାମ ପରିକ୍ରମା କରିବା ପରେ ମନ୍ଦିର ସମ୍ମୁଖରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଛି। ସୂର୍ଯ୍ୟପୂଜା, ଧେନୁପୂଜା, ଦେବାଦେବୀଙ୍କ ଆବାହନ ପୂଜା ପରେ ହୋମଯଜ୍ଞ ଆରମ୍ଭ ହୋଇଛି। ଆସନ୍ତାକାଲି ପୂର୍ଣ୍ଣାହୁତୀ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଆଜକୁ ଚାରିବର୍ଷ ହେଲା ଚୈତ୍ରମାସ ପ୍ରଥମ ମଙ୍ଗଳବାର ରେ ଏହି ପ୍ରତିଷ୍ଠା ଉତ୍ସବ ହୋଇ ଆସୁଛି। ଆଜିର ଏହି ପ୍ରତିଷ୍ଠା କର୍ମରେ ପ୍ରଭାକର ଖଣ୍ଡା, ସୁଶୀଳା ପାଳ କର୍ତ୍ତା ଭାବେ ସାମିଲ ହୋଇଥିବା ବେଳେ ପଣ୍ଡିତ ପୁରୁଷୋତ୍ତମ ମିଶ୍ର, ଭାବଗ୍ରାହୀ ଶତପଥୀ, ପାଗଳ ମିଶ୍ର, ଗ୍ରହବିପ୍ର ପରମେଶ୍ୱର ଆଚାର୍ଯ୍ୟ, ଶରତ ନାୟକ ଙ୍କ ଦ୍ୱାରା ପୂଜାର୍ଚନା ଚାଲୁ ରହିଛି। ମିନହରୀ ମହାନ୍ତି, ନିରାକାର ବେହେରା, ଅର୍ଜୁନ ସାହୁ, ସୁଦାମ ସାହୁ, ନାରାୟଣ ଘଡେଇ, ସାଗୁରୁ ସାହୁ, ସନାତନ ବେହେରା, ବିଜୁ ଜେନା, ଜୟଦେବ ଖଣ୍ଡା, ଟୁନା ମହାନ୍ତି, ଅନାଦି ମହାନ୍ତି, ମଦନ ମହାନ୍ତି, ସୁବାସ ଗିରି, ଗଣେଷ ଗିରି, ରତ୍ନାକର ବେହେରା, ମାଖନ ମିଶ୍ର, ଜିତୁ ମିଶ୍ର, ବାବୁଲି ମିଶ୍ର, ଲକ୍ଷ୍ମୀଧର ଖଣ୍ଡା, ମହେଶ୍ୱର ଜେନାଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ