ଉଦଘାଟିତ ହେଲା ବାର୍ଷିକ ଜିଲ୍ଲା କ୍ରୀଡା ଦୌଡ଼କୁଦ ପ୍ରତିଯୋଗିତା

 ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା କ୍ରୀଡା ସଙ୍ଘର 81 ତମ ବାର୍ଷିକ ଜିଲ୍ଲା ସ୍ତରୀୟ କ୍ରୀଡା ଦୌଡ଼ କୁଦ ପ୍ରତିଯୋଗିତା ପରମିଟ ପଡିଆ ସ୍ଥିତ ନିଉ ଷ୍ଟାଡିୟମ ଠାରେ ଉଦଘାଟିତ  ହୋଇଯାଇଛି।ଏହି ଅବସରରେ ଆୟୋଜିତ ଉଦଘାଟନି ଉତ୍ସବରେ  ବାଲେଶ୍ୱର ପୌରଧକ୍ଷା ସବିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକାକୁ ଉତ୍ତଲୋନ କରି ପ୍ରତିଯୋଗିତାକୁ ଉଦ ଘାଟନ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ! ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରରୁ ବିଜୟ ଲାଭ କରି ରାଜ୍ୟ ତଥା ଜାତୀୟ ସ୍ତରରେ ବିଜୟ ଲାଭ କରି ନିଜ ମାଟି ନିଜ ଜିଲ୍ଲାକୁ ଗୌରାବନିତ କରନ୍ତୁ ବୋଲି ଶ୍ରୀମତି ସାହୁ ଆଶା ପ୍ରକାଶ କରିଥିଲେ!ଜିଲ୍ଲା କ୍ରୀଡା ଅଧିକାରୀ ପୁର୍ଣ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ବିଦ୍ୟାଳୟ କ୍ଲଷ୍ଟର କ୍ଲବ ଏବଂ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ଉତ୍ତର ଉତ୍ତର କାମନା କରିଥିଲେ!କାର୍ଯକାରୀ ସଭାପତି ଅଭୟ ମହାପାତ୍ର ସଭାପତିତ୍ୱ କରିବା ସହିତ ଏହି ତିନି ଦିନ ଧରି ଚାଲିବାକୁ ଥିବା ଦୌଡ଼ କୁଦ ପ୍ରତିଯୋଗିତାକୁ ସୁଚାରୁ ରୂପେ ପରିଚାଳନା କରିବା ଲାଗି ସମସ୍ତ କ୍ରୀଡା ଶିକ୍ଷକ ଏବଂ ଭଲଣ୍ଟିଆରଙ୍କ ସହିତ ସଙ୍ଘର କର୍ମକର୍ତା ମାନଙ୍କ ସହଯୋଗ କାମନା କରିଥିଲେ!ସହ ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା ସଙ୍ଘର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ଅମର ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ!ବିଷ୍ଣୁ ପ୍ରସାଦ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ!ଉପ ସଭାପତି ଜଗଦୀଶ ଚନ୍ଦ୍ର ବେହେରା ସନ୍ତୋଷ ଦାସ ଯୁଗ୍ମ ସମ୍ପାଦକ ବୀରେନ୍ଦ୍ର ସ୍ୱାଇଁ କାର୍ତ୍ତିକ ପ୍ରସାଦ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ! ସଭାକାର୍ଯ୍ୟ ଆରମ୍ବରେ ପୂର୍ବତନ ସାଧାରଣ ସମ୍ପାଦକ ସ୍ବର୍ଗତ ଅଦିପ ଦାସଙ୍କ ଉଦେଶ୍ୱରେ ଏକ ମିନିଟ ନିରବ ପ୍ରାଥନା କରା ଯାଇଥିଲା!ଯୁଗ୍ମ ସମ୍ପାଦକ ଜନ୍ମଜୟ ଦେ ସଞ୍ଜୟ ଲେଙ୍କା ନିମାଇ ଚରଣ ରାଉତରାୟ  ଅଜିତ କୁମାର ପାତ୍ର  ପ୍ରଦୀପ କୁମାର ଦାସ ରବୀନ ମିତ୍ର ରବୀନ୍ଦ୍ର ସାହୁଙ୍କ ସମେତ ସଙ୍ଘର ବହୁ ସଦସ୍ୟ ଉପସ୍ଥିତ ରହି  ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ!ପ୍ରାରମ୍ବରେ ପ୍ରତିଯୋଗୀ ମାନଙ୍କ ଦ୍ଵାରା ପେରେଟ ପରିବେଷଣ କରା ଯାଇଥିଲା ଏବଂ ପ୍ରତିଯୋଗୀ ମାନେ ଶପଥ ପାଠ କରିଥିଲେ!ଏହି କ୍ରୀଡା ପ୍ରତି ଯୋଗିତାରେ ଜିଲ୍ଲାର  ବିଦ୍ୟାଳୟ କ୍ଲଷ୍ଟର ଏବଂ କ୍ଲବ ମାନଙ୍କ ସହ ବିଭିନ୍ନ ଅନୁଷ୍ଠାନରୁ 1029 ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି! ଏଥିରେ ବାଳକ ଓ ବାଳିକା ଉଭୟ ବିଭାଗରେ ଦୌଡ଼ ଉଚ୍ଚଡିଆ ଲମ୍ବ ଡିଆ ସଟଫୁଟ ଡ଼ିସକସ ଜେବଲିନ ଥ୍ରୋ  ଆଦି ପ୍ରତିଯୋଗିତା ହେଉଛି ଏହି ପ୍ରତି ଯୋଗିତା ତିନି ଦିନ ଧରି ଚାଲିବ ଏହି ପ୍ରତି ଯୋଗୀତାର କୃତି ପ୍ରତିଯୋଗୀ ମାନେ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତି ଯୋଗିତାରେ ଭାଗ ନେବେ ବୋଲି ସଂଘର କର୍ମକର୍ତା ମାନେ ସୂଚନା ଦେଇଛନ୍ତି!

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ