ଶ୍ରୀ ଗୁରୁକୃପା ଚାରିଟେବୁଲ ସୋସାଇଟି ପକ୍ଷରୁ ବାର୍ଷିକ ମହୋତ୍ସବ ଅନୁଷ୍ଠିତ
ନାଉଗାଁ,(ଓ୍ବାଇଏନଏସ): ନାଉଗାଁ ବ୍ଳକ ଅନ୍ତର୍ଗତ ମା’ଜାଗୁଳାଇ ପୀଠ ତିହୁଡା ଠାରେ ବିଶ୍ୱ ସନାତନ ଯୁବ ସେବା ସଂଘ ଓ ଶ୍ରୀ ଗୁରୁକୃପା ଚାରିଟେବୁଲ ସୋସାଇଟି ପକ୍ଷରୁ ୩୧ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବାବା ସତ୍ୟାନନ୍ଦ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ରେଢୁଆସ୍ଥିତ କ୍ରିୟା ଯୋଗ ଆଶ୍ରମର ଅଧ୍ୟକ୍ଷ଼ ପୂଜ୍ୟ ପରମହଂସ ସ୍ୱାମୀ ଶ୍ରଦ୍ଧାନନ୍ଦ ଗିରିଜୀ, ଜଗତସିଂହପୁରସ୍ଥିତ ଓଡିଶା ସାଧୁ ସନ୍ଥ ସମାଜର ସଂପାଦକ ବାବା ସିଦ୍ଧେଶ୍ୱର ଦାସ, ପୁରୀର ନୟାହାଟସ୍ଥିତ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର ର ଅଧ୍ୟକ୍ଷ ବାବା ଦାମୋଦର ଦାସ,ରାଧାବଲ୍ଲଭ ମଠାଧିଶ ମହନ୍ତ ରାମକୃଷ୍ଣ ଦାସ ଯୋଗ ଦେଇ ପିଲାମାନଙ୍କ ବ୍ୟକ୍ତିତ୍ୱ ବିକାଶ ଉପରେ କରାଯାଇଥିବା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସଂଘ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ପ୍ରଥମେ ମନ୍ଦିର ପରିସରରେ ଥିବା ଶ୍ରୀ ରାଧା ବଲ୍ଲଭ ଜୀୟୁ ଓ ଶ୍ରୀ ରଘୁନାଥ ଜୀୟୁଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟ କରାଯାଇଥିଲା। ପଂଚ ଦିନ ବ୍ୟାପୀ କରାଯାଉଥିବା ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବ୍ୟକ୍ତିତ୍ୱ ବିକାଶ ଶିବିରର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ବାବା ସତ୍ୟାନନ୍ଦ ଦାସ,ବାବା ଦିବ୍ୟକୃଷ୍ଣ ଦାସ, ତ୍ରିଲୋଚନ ପାଢୀ, ନିରଞ୍ଜନ ମହାନ୍ତିଙ୍କ ସମେତ ବିଶ୍ୱ ସନାତନ ଯୁବ ସେବା ସଂଘର ସଦସ୍ୟମାନେ ପରିଚାଳନା କରିଥିଲେ।


