ମୁନିଖୋଲ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ ମଲ୍ଲିକ, ମୁଖ୍ୟବକ୍ତା ଭାବେ ସମାଜସେବୀ ଗୌରାଙ୍ଗ ଚରଣ ରାଉତ, ସମ୍ମାନିତ ଅତିଥି ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁନିତା କୁମାରୀ ସାହୁ,ଶିବପଦର ଆଶ୍ରମର ସେବକ ପ୍ରଶାନ୍ତ ରତ୍ନାଲୁ, ବରିଷ୍ଟ କଳା ଶିକ୍ଷକ ପ୍ରକାଶ ଚନ୍ଦ୍ର ମୁଦୁଲି, ଗୋପୀନାଥ ଆଚାର୍ଯ୍ୟ, ଶିକ୍ଷକ ସକଟା ପ୍ରାଥମିକ ସେବଶ୍ରମ ସନ୍ତୋଷ କୁମାର ଚୌଧୁରୀ, ଆଗୁଳ ଆଶ୍ରମର ପ୍ରଧାନ ଶିକ୍ଷକ ପରେଶ କୁମାର ପରିଛା ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିବା ସହ ଉତ୍ସବକୁ ଉଦଘାଟନ କରିଥିଲେ l ପରେ ମୁନିଖୋଲ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଶବର ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ସ୍ୱାଗତ ଭାଷଣ ଦେବା ପରେ ବାର୍ଷିକ ବିବରଣୀ ପଠନ କରିଥିଲେ, ବିବରଣୀ ପଠନ ବେଳେ ବିଦ୍ୟାଳୟରେ ଶିକ୍ଷକ,ଶ୍ରେଣୀଗୃହ, ରୋଷେଇଆ,କର୍ମଚାରୀ କ୍ଵାଟର ନିହାତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ l ପରେ ମୁଖ୍ୟ ଅତିଥି,ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପଢିବା,ଗଢିବା, ଜାଣିବା,ଶ୍ରେଷ୍ଠ ହେବା ଏବଂ ମନ ଲଗାଇ ପାଠ ପଢିବା ସହ ଚରିତ୍ରବାନ ହେବା ଓ ସଦା ସର୍ବଦା ମାଆ ବାପାଙ୍କୁ, ଗୁରୁଜନ ମାନଙ୍କୁ ସମ୍ମାନ ଦେବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆଶ୍ରମ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ଅଭିଭାବକ ଅଭିଭାବିକା ଓ ଗ୍ରାମବାସୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ବାର୍ଷିକ କ୍ରୀଡାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର,ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ l ଶେଷରେ ନୃତ୍ୟ ଗୁରୁ ଅମିତ ସାହୁଙ୍କ ସଂଯୋଜନାରେ ବିଦ୍ୟାର୍ଥୀ ମାନେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ବିଭିନ୍ନ ସୁନ୍ଦର ନାଚ ଗୀତ ଅନୁଷ୍ଠିତ ହୋଇଥିଲା l ଉକ୍ତ ବାର୍ଷିକ ଉତ୍ସବକୁ ଅମ୍ବାଦଳା ସେବାଶ୍ରମର ସହକାରୀ ଶିକ୍ଷକ ଏମ. ମୁରଲୀ କ୍ରିଷ୍ଣା ମଞ୍ଚ ପରିଚାଳନା କରିଥିବା ବେଳେ ମୁନିଖୋଲ ସେବାଶ୍ରମର ଶିକ୍ଷୟତ୍ରୀ ମମତା ଦାସ,ସସ୍ମିତା ସ୍ୱାଇଁ,ଗୀତାଞ୍ଜଳି ପ୍ରଧାନ,ଶିକ୍ଷକ ଶଶିକାନ୍ତ ଜେନା,ସିନା ସାରକା,ଶ୍ରୀଧର ନାୟକ, ସୁଧୀର କୁମାର ରଣା,ଏଏନଏମ ଆଲୋକପ୍ରଭା ଦେଵୀ,ମେଟ୍ରୋନ ପ୍ରମିଳା ବାଗ ପ୍ରମୁଖଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ l


