ଅର୍ଣ୍ଣବ ରିଲିଫ୍ ପାଣ୍ଠିକୁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ
ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଗଠିତ ଅର୍ଣ୍ଣବ ରିଲିଫ୍ ପାଣ୍ଠିକୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ, ପୋଲିସ ଅଧିକାରୀ ଓ କର୍ମଚାରୀ, ଛତ୍ରପୁର ପ୍ରେସ କ୍ଳବ ଙ୍କ ସମେତ ବିଭିନ୍ନ ସଂସ୍ଥା ଓ ସଂଗଠନ ପକ୍ଷରୁ ସ୍ୱେଚ୍ଛାକୃତ ଭାବେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି କ୍ରମରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମ କମିଟି ପକ୍ଷରୁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇ ଏକ ମହତ୍ ଉଦାହରଣ ସୃଷ୍ଟି କରିଛନ୍ତି । ଗୁରୁବାର ଗ୍ରାମ କମିଟି ପକ୍ଷରୁ ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ସାକ୍ଷାତ କରି ଅର୍ଣ୍ଣବ ରିଲିଫ୍ ପାଣ୍ଠି ଉଦ୍ଦେଶ୍ୟରେ ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଗ୍ରାମବାସୀଙ୍କ ଏହି ସାମୂହିକ ସହଯୋଗ ଓ ମାନବିକତାପୂର୍ଣ୍ଣ ପଦକ୍ଷେପ ବିପତ୍ତି ସମୟରେ ଅନ୍ୟମାନଙ୍କୁ ମଧ୍ୟ ସହାୟତାର ହାତ ବଢ଼ାଇବାକୁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି। ଏହି ଅବସରରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କ ସମେତ ଗ୍ରାମ୍ୟ କମିଟିର ସଭାପତି ବି. ସୀମା, ସାଧାରଣ ସମ୍ପାଦକ ବି. ଭୀମସେନ,ଉପସଭାପତି ପି. ଗୁ୍ରେୟା,କୋଷାଧ୍ୟକ୍ଷ ବି. ରଘୁନାଥ, କେ. ଏଲେୟା , ବି. ସୀମାଦ୍ରୀ, ଏନ୍. ଦିନବନ୍ଧୁ, ପି. ରାମବାବୁ, କେ. ଦାଶରଥି ଏମ . ଦିଲ୍ଲୀପ, ଏମ. ମୋହନ, ବି. କ୍ରିଷ୍ଣା,ଏଲ. ଏରେୟା ଓ ଏମ. ତାରିଣୀୟା ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଏହି ଗ୍ରାମ ର ସମସ୍ତେ ସାମୁଦ୍ରିକ ମତ୍ସ୍ୟଜୀବି ଅଟନ୍ତି l


