ସୁନ୍ଦରପୁରରେ ଗ୍ରାମାଞ୍ଚଳ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଉଦଘାଟିତ

ଛତ୍ରପୁର, (ପ୍ରଶାନ୍ତ କୁମାର ମହାରଣା): ଆଜିକାଲିର ଆଧୁନିକ ଯୁଗରେ କମ୍ପ୍ୟୁଟର ଶିକ୍ଷାଦାନ ଆଉ ବିଶେଷ ଶିକ୍ଷା ହୋଇ ରହିନାହିଁ ବରଂ ଏହା ଚଳିତ ପୀଢୀର ଅତ୍ୟାବଶ୍ୟକୀୟ ଜରୁରୀ ପାଠ୍ୟକ୍ରମ ପାଲଟିଛି। ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଏହି ଶିକ୍ଷା ପାଇବା ପାଇଁ ଆଉ ନିକଟତମ ସହରକୁ ଯିବା ଜରୁରୀ ନୁହେଁ ବରଂ ସେମାନଙ୍କୁ ସେମାନଙ୍କ ଘର ପାଖରେ ଏହି ଶିକ୍ଷା ମିଳିବା ଆବଶ୍ୟକ। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଓକେସିଏଲ ର ଗଞ୍ଜାମ ଜିଲ୍ଲାର ମୂଖ୍ୟ କେନ୍ଦ୍ର ରେଖାସ୍ ଡିଜିଟାଲ ଏଜୁକେସନ ପକ୍ଷରୁ ଛତ୍ରପୁର ବ୍ଲକର ସୁନ୍ଦରପୁର ପଞ୍ଚାୟତରେ ଏକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଓକେସିଏଲର ଗଞ୍ଜାମ ଜିଲ୍ଲା ମୂଖ୍ୟ ରେଖା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରପୁର ସରପଞ୍ଚ ଗଗନ ବେହେରା, ଭାଜପା ଜିଲ୍ଲା ସମ୍ପାଦକ ଏନ୍ ଦୂର୍ଯୋଧନ ରେଡ୍ଡୀ, ମଣ୍ଡଳ ସଭାପତି ସମ୍ପଦ ନାହାକ , ଅର୍ଜୁନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଏଭଳି ଶିକ୍ଷାନୁଷ୍ଠାନର ଅଧିକରୁ ଅଧିକ ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ଏହି ଅବସରରେ କହିବା ସହ ଏହି ପ୍ରୟାସର ସଫଳତା କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ