ମନକିବାତ୍ ସଂଯୋଜକ ହେଲେ ଅସିତ ଧଳ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): ବିଜେପି ଯୁବନେତା ଅସିତ କୁମାର ଧଳଙ୍କୁ ମନକିବାତ୍ ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ବ୍ଲକର ୭ନମ୍ବର ଜୋନ ମା’ପଥରକଣୀ ମଣ୍ଡଳର ଭାରତୀୟ ଜନତା ପାର୍ଟି ପକ୍ଷରୁ ମନକିବାତ୍ ର ସଂଯୋଜକ ଭାବେ ଯୁବନେତା ଅସିତ ଧଳଙ୍କୁ ମନୋନିତ କରାଯାଇଛି। ଏହି ନିଯୁକ୍ତି ନିମନ୍ତେ ଶ୍ରୀ ଧଳ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର ପ୍ରିୟ ନାରୀନେତ୍ରୀ ଗୀତାଞ୍ଜଳୀ ସେଠୀ, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ମନକିବାତ୍ ଜିଲ୍ଲା ପ୍ରଭାରୀ ତେଜେଶ୍ୱର ପରିଡା ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି।


