ଆକ୍ରମଣ କରି ଲୁଟ ମାମଲା : ଜଣେ ନାବାଳକଙ୍କ ସମେତ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ସହରରେ ଗତ କିଛିଦିନ ଧରି ଆତଙ୍କ ସୃଷ୍ଟି କରୁଥିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଜଣେ ନାବାଳକ ଙ୍କ ସମେତ ୨ ଅଭିଯୁକ୍ତଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୪୦୭/୨୫ ଅନୁଯାୟୀ ଦିଗପହଣ୍ଡି ର ଜଣେ ନାବାଳକ ଙ୍କୁ ବ୍ରହ୍ମପୁର ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡ ରେ ହାଜର କରାଯିବା ପରେ ତାଙ୍କୁ ବାଳସୁଧାର ଗୃହ କୁ ପଠାଇ ଦିଆଯାଇଛି।ସେହିପରି ଅନ୍ୟ ୨ ଅଭିଯୁକ୍ତ ଦିଗପହଣ୍ଡି ସାହାଣୀ ସାହିର ହିମାଂଶୁ ଦାସ ଏବଂ କୁଶପଡ଼ା ଗ୍ରାମର ଶତ୍ରୁଘ୍ନ ବିଷୋୟୀ ଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ଖାରଜ ହେବାରୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ ଟାରେ ଦିଗପହଣ୍ଡି ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡ ରେ ଥିବା ମାଛ ଦୋକାନ ରେ ଠିଆ ହୋଇଥିବା ପାଟପୁର ଥାନା ଖୋଲଡି ଗ୍ରାମର ଏସ.ଜଗନ୍ନାଥ ଦୋରା ଙ୍କୁ ମାଡ଼ ମାରି ଅଭିଯୁକ୍ତ ଙ୍କ ଠାରୁ ୧ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।


