କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପକ୍ଷରୁ ଅସହାୟଙ୍କୁ ସହାୟତା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ପକ୍ଷରୁ ଅସହାୟ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଡେରାବିଶ ବ୍ଲକ ଅଧିନ ପଲେଇ ଅସହାୟ ମହିଳା ରଶ୍ମିତା ସାମଲଙ୍କୁ ଟ୧୦,୦୦,୦୦୦/-ଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ରଶ୍ମିତା ଏବଂ ତାଙ୍କ ତାଙ୍କ ସ୍ୱାମୀ ଉତ୍ତମ ଚନ୍ଦ୍ର ସାମଲ ମୂଲଲାଗି ପରିବାର ପ୍ରତିପୋଷଣ କରିଥାନ୍ତି। ଏକ ବିଷଧର ସର୍ପ କାମୁଡିବାରୁ ଉତ୍ତମଙ୍କ ମୃତ୍ୟୁ ହୋଇଯାଇଥିଲା। ଫଳରେ ରଶ୍ମିତା ସମ୍ପୂର୍ଣ୍ଣ ଅସହାୟ ହୋଇପଡିଥିଲେ। ରଶ୍ମିତା ତାଙ୍କର ଦୁଃଖ ସମ୍ପର୍କରେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କୁ ଭେଟି ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ ପାଇଁ ନିବେଦନ କରିଥିଲେ। ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାଙ୍କର ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା ରଶ୍ମିତାଙ୍କ ପଲେଇସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ୧୦ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି। ଏହି ସମୟରେ ବ୍ୟାଙ୍କ ନିର୍ଦ୍ଦେଶକ ବିଧୁଭୂଷଣ ମହାପାତ୍ର, ସହକାରୀ ମ୍ୟାନେଜର ଭଞ୍ଜକିଶୋର ଜେନା ଓ ଡ୍ରାଇଭର ତ୍ରିଲୋଚନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।


