ମୁରବୀ ବିହୀନ ଅସ୍ତରଙ୍ଗ ଥାନା

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):-ରାଜ୍ୟ ସରକାର ଆଇନି ଶୃଙ୍ଖଳାକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଅସ୍ତରଙ୍ଗ ଥାନାରେ ଥାନା ଅଧିକାରୀ ପଦ ଶୂନ୍ୟ ପଡ଼ିଥିବା ଜଣା ପଡିଛି। ପୁରୀ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଥାନା ହେଉଛି ଅସ୍ତରଙ୍ଗ ଥାନା। ଏହି ଅଂଚଳର ଭୌଗୋଳିକ ସ୍ଥିତି ଓ ଅପରାଧିକ ଭିତ୍ତିଭୂମି ଅନ୍ୟ ଥାନା ଠାରୁ ବେଶ ଆଗରେ। ପ୍ରତି ମାସରେ କିଛି ନା କିଛି ଚୋରି, ଲୁଟ ଏବଂ ଗଣ୍ଡଗୋଳ ଠାରୁ ଆରମ୍ଭ କରି ଅପରାଧ ବିଭିନ୍ନ ପ୍ରକାର ମାମଲା ପ୍ରତ୍ୟେକ ଦିନ ଥାନାକୁ ଆସୁଛି। କିନ୍ତୁ କିଛି ଦିନ ହେବ ଅସ୍ତରଙ୍ଗ ଥାନା ମୁରବି ଶୂନ୍ୟ ହୋଇ ପଡିଛି। ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ରାଜେଶ ବଳିୟାର ସିଂ ନିଜ ପଦପଦବୀର ଅପବ୍ୟବହାର ପାଈଁ ଡିଜିପି ୱାଇ. ବି. ଖୁରାନିଆ ନିଲମ୍ବନ କରିଛନ୍ତି। ଶୁକ୍ରବାର ନିଲମ୍ବନ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ନୂତନ ଥାନା ଅଧିକାରୀ ଙ୍କ ନିଯୁକ୍ତି ଏଠାରେ ହୋଇ ନାହିଁ। ପ୍ରତିଦିନ ବିଭିନ୍ନ ପ୍ରକାର ଘଟଣା ଦୁର୍ଘଟଣା ଏବଂ ଚୋରି, ଲୁଟ ଘଟୁଥିବା ବେଳେ ସାଧାରଣ ଲୋକେ ଭୟଭୀତ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। କର୍ମଚାରୀ ଅଭାବରୁ ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଲୋକଙ୍କୁ ଉପଯୁକ୍ତ ସେବା ମିଳୁନଥିବା ଅଭିଯୋଗ ହେଉଛି। ଖୁବ ଶୀଘ୍ର ଥାନା ଅଧିକାରୀ ଯୋଗାଇ ଦେବାକୁ ଦାବୀ ହେଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ