ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତ ତାଲିକାରେ ପୂର୍ବତନ କାଉନସିଲର

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶୈଳେନ୍ଦ୍ର କୁମାର ବିଶ୍ୱାଳଙ୍କୁ ଆକ୍ରମଣ ମାମଲାର ଅଭିଯୁକ୍ତ ତାଲିକାରେ ପୂର୍ବତନ କାଉନସିଲର ହିବଜୁର ରହେମାନଙ୍କ ନାମକୁ ଯୋଡାଯାଇଛି। ଏହାସହ ଏହି ତାଲିକାରେ ଅନ୍ୟ ଜଣେ ଅଭିଯୁକ୍ତ ପ୍ରଭାତ ଜେନାଙ୍କ ନାମ ମଧ୍ୟ ଯୋଡାଯାଇଛି। ଏହି ମାମଲାରେ ପୂର୍ବରୁ କେବଳ ବୁଲୁ ଓରଫ ସଂଗ୍ରାମ କେଶରୀ ଜେନାଙ୍କ ନାମ ରହିଥିଲା। ତେବେ ବିଭିନ୍ନ ମହଲରୁ ଚାପ ପଡିବା ପରେ ପୋଲିସ ହିବଜୁର ରହେମାନ ଓ ପ୍ରଭାତ ଜେନାଙ୍କ ନାମକୁ ଯୋଡିବାକୁ ବାଧ୍ୟ ହୋଇଛି। ପ୍ରଭାତ ହେଉଛନ୍ତି ସଂଗ୍ରାମଙ୍କ ଭାଇ। ଏହି ଦଳ ପୂର୍ବରୁ ଟେଣ୍ଡରଫିକ୍ସିଂ ଓ ଯନ୍ତ୍ରୀଙ୍କୁ ଧମକାଇବା ଭଳି ବିଭିନ୍ନ ସଂଗୀନ ମାମଲାରେ ଗିରଫ ହୋଇ ଜେଲ ଯାଇଛନ୍ତି ବୋଲି ପୋଲିସ କହିଛି। ଗ୍ରାମ୍ୟ ଉନ୍ନୟନ ସବ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବିଶ୍ୱାଳଙ୍କ ଅଭିଯୋଗ କ୍ରମେ କେନ୍ଦ୍ରାପଡା ସଦର ଥାନା କେଶ ନମ୍ବର ୪୦୨/୨୦୨୬ରେ ବିଏନଏସର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁରହିଛି। ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ପଦ୍ମାଳୟା ପ୍ରଧାନ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ