ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ : ଶୀଘ୍ର ଆରମ୍ଭ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା

ବଲାଙ୍ଗିର (ଓ୍ବାଇଏନଏସ): ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଠାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ନୂତନ କୋଠା ନିର୍ମାଣ ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରୁ ପ୍ରାୟ ୧୮ କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି ଏବଂ ଟେଣ୍ଡର କାର୍ଯ୍ୟ ମଧ୍ୟ ସରିଛି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଙ୍କୁ ଜିଲ୍ଲା ସାର୍କିଟ ହାଉସ ଠାରେ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଆଲୋଚନା କରିଛନ୍ତି ଏବଂ ପ୍ରତିଶୃତି ଦେଇଛନ୍ତି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାୟ ୧୦ ଏକର ଜାଗାରେ ବଲାଙ୍ଗିର ପାଟଣାଗଡ ରାସ୍ତା କଡ଼ରେ ତଥା ଦାଉପାଲି ଠାରେ ନିର୍ମାଣ ହେବ । ତେଣୁ ବଲାଙ୍ଗିର ଜିଲ୍ଲାର ଅନେକ ଲୋକ ଚିକିତ୍ସା ପାଇବା ଅଧିକ ସୁଯୋଗ ପାଇବେ ତଥା ଅନେକ ବିଭାଗ ଖୋଲିବା ନେଇ ଅଂଚଳବାସୀ ଙ୍କ ମନରେ ଆଶା ବାନ୍ଧିଛି । ଏହି ସାକ୍ଷାତରେ ଗୋଷ୍ଠି କେନ୍ଦ୍ର ଚିକିତ୍ସାଧିକାରୀ ଡା. ତରୁଣ କୁମାର ଭୋଇ, ଗୌନ୍ତିଆ ଲୋକନାଥ କୁମୁରା, ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ,  ସୁଶିଲ କୁମାର ବେହେରା, ଗିରିଧାରୀ ପୁଟା, ଜଗଦୀଶ ନାଥ, ସଂଗଠକ ଜୟକୃଷ୍ଣ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଶୁଭ ଶିଳାନ୍ୟାସ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଅନୁରୋଧ କରିବା ସହ ବିଧାୟକ, ସାଂସଦ ସମସ୍ତଙ୍କ ଉପସ୍ଥିତି ସହଯୋଗ ଲୋଡିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ