ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ ଘଟଣା : ଜେଲ ଗଲେ ବାପ, ପୁଅ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ ଜି.ଚିନ୍ତାମଣି ଙ୍କୁ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଅତିଥି ଚରଣ ନାୟକ  ହତ୍ୟାଉଦ୍ୟମ ଘଟଣା ରେ ଗିରଫ କରି ରବିବାର ରାତି ସାଢ଼େ ୮ ଟାରେ  ରେ କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୨୪୪/୨୬ ବିଏନଏସ ର ଦଫା -୧୧୫(୨)/୧୧୮(୧)/୧୦୯(୧)/୩୫୧(୨)/୩(୫) ଅନୁଯାୟୀ ଅଭିଯୁକ୍ତ ବାପ,ପୁଅ ଙ୍କ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଭ୍ରମରପୁର ଜଗନ୍ନାଥ ମନ୍ଦିର ନିକଟ ମେନ୍ ରୋଡ଼ ରେ ରହୁଥିବା ଜି. ଆପ୍ପାରାଓ ପ୍ରାୟ ୪ ବର୍ଷ ପୂର୍ବେ ତାଙ୍କ ପୁଅ ଜି.ଚିନ୍ତାମଣି ଙ୍କ ବାହାଘର ସମୟରେ  ଗ୍ରାମର ନୂଆସାହି ବାସିନ୍ଦା କେ.ଧୋବା ଙ୍କ ଠାରୁ ୯୦ ହଜାର ଟଙ୍କା ଧାର ନେଇଥିଲେ। ସେ ବହୁବାର ମାଗିବା ସତ୍ତ୍ବେ ଜି. ଆପ୍ପା ରାଓ ଟଙ୍କା ଫେରାଇ ନଥିଲେ। ଗତ ଶୁକ୍ରବାର ସକାଳେ କେ. ଧୋବା, ଆପ୍ପା ରାଓ ଙ୍କୁ ଟଙ୍କା ତୁରନ୍ତ ଫେରସ୍ତ ପାଇଁ କହିଥିଲେ।ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଅପରାହ୍ନ ପ୍ରାୟ ୧ ଟା ରେ କେ.ଧୋବା ଗ୍ରାମର ଶିବାନନ୍ଦ ଆଶ୍ରମ ବାରଣ୍ଡା ରେ ବସିଥିବା ବେଳେ ଆପ୍ପା ରାଓ ଏବଂ ତାଙ୍କ ଦୁଇ ପୁଅ ଚିନ୍ତାମଣି, କୁରା ସେଠାରେ ପହଞ୍ଚି ଆପ୍ପା ରାଓ ଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ।ପ୍ରତିବାଦ କରିବାରୁ ତାଙ୍କୁ ସେମାନେ ସଂଘବଦ୍ଧ ଭାବେ ଠେଙ୍ଗା ରେ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ।ରକ୍ତାକ୍ତ ଅବସ୍ଥାରେ କେ. ଧୋବା ନିକଟସ୍ଥ କେ.ନୂଆଗାଁ ଥାନାରେ ପହଞ୍ଚି ଉପସ୍ଥିତ ପୋଲିସ ଅଧିକାରୀ ଙ୍କୁ ମୌଖିକ ଭାବେ ଜଣାଇଥିଲେ। ତାଙ୍କ ବୟାନ କୁ ଭିତ୍ତିକରି ଥାନା ଏସ.ଡି ନଂ.୧୧/୨୬ ଅନୁଯାୟୀ ରିପୋର୍ଟ ଦରଜ କରାଯିବା ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରୁ ସେ ଚିକିତ୍ସା ହୋଇ ଫେରିବା ପରେ ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି ବିଶ୍ୱଜିତ ନାୟକ ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ରବିବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ ଟାରେ ଅଭିଯୁକ୍ତ ବାପ,ପୁଅ ଙ୍କୁ ଗିରଫ କରିଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ଜି.କୋରା ଗିରଫ ଭୟ ରେ ଫେରାର ଥିବା ଜଣାପଡିଛି। ଅଭିଯୁକ୍ତ ଚିନ୍ତାମଣି ଙ୍କ ନିକଟରୁ ପୋଲିସ ହତ୍ୟା ଉଦ୍ୟମରେ ବ୍ୟବହୃତ ଠେଙ୍ଗା ଜବତ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ