ତିନିଦିନିଆ ରଜମହୋତ୍ସଵରେ ପ୍ରତିଯୋଗୀଙ୍କୁ ପୁରସ୍କୃତ

ଛତ୍ରପୁର, (ଓ୍ବାଇଏନଏସ):  ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ପ୍ରତିଷ୍ଠିତ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ତିନିଦିନିଆ ରଜାମହୋତ୍ସବ ମହା ଆଡମ୍ବର ସହ ଆୟୋଜିତ ହୋଇଯାଇଛି l ଉକ୍ତ ତିନି ଦିନିଆ ଉତ୍ସବରେ ଗ୍ରାମର କୁଆଁରି କନ୍ୟା ମାନଙ୍କ ମଧ୍ୟରେ ପୁଚି, ଦୌଡ଼ି ଡିଆଁ, ଏକକ ନୃତ୍ୟ, ଝୋଟି, ମ୍ୟୁଜିକାଲ ଚେୟାର, କଣ୍ଠ ସଂଗୀତ, କୁଇଜ ପ୍ରଭୃତି ବିଷୟ ଗୁଡିକ ଉପରେ ପ୍ରତିଯୋଗିତା ମାନ ପରଚଳନା କରାଯାଇଥିଲା l ଅନ୍ତିମ ଦିବସ  ସନ୍ଧ୍ୟାରେ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା l ପୁରସ୍କାର ବିତରଣ ଉତ୍ସବରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ ସଭାପତିତ୍ୱ କରିଥିଲେ l   ମୁଖ୍ୟ ଅତିଥି ରୂପେ ଟାଙ୍ଗଣାପଲ୍ଲୀ ସରପଞ୍ଚ ବି. ସୁଦାମ ଯୋଗ ଦେଇ ବରିଷ୍ଠ ମଞ୍ଚ ତରଫରୁ ରଜ ଉତ୍ସବ ଦୀର୍ଘ ବର୍ଷ ଧରି ସଫଳତାର ସହ ଆୟୋଜିତ ହେଉଥିବାରୁ ମଞ୍ଚକୁ ସାଧୁ ବାଦ ଜଣାଇଥିଲେ l ମଞ୍ଚର ସଂଯୋଜକ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୂ ମହାରଣା ୨୦୧୭ମସିହାରୁ ଗ୍ରାମରେ ରଜ ଉତ୍ସବ ପାଳନ କରାଯାଇ ଆସୁଥିବା କହି କୁଆଁରୀ କନ୍ୟା ମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବିକାଶ କରବା ପାଇଁ ସୁଯୋଗ ସୃଷ୍ଟି କରାଯାଉ ଥିବା କଥା ପ୍ରକାଶ କରିଥିଲେ l ଉପଦେଷ୍ଟା କୋରା ମହାରଣା ମଞ୍ଚର ସମସ୍ତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l ଗାଁ ସଭାପତି ଅମରେଶ୍ୱର ସାହୁ ଆଗାମୀ ବର୍ଷ ମାନଙ୍କରେ ଏହି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ lସମ୍ପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ମଞ୍ଚର  ବିବରଣୀ ପ୍ରଦାନ ସହ ସଂଯୋଜନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ସାହୁ, ଉପସଭାପତି ଲକ୍ଷ୍ମଣ ପାଣିଗ୍ରାହୀ, ବିଶ୍ୱନାଥ ମହାନ୍ତି, ଘନଶ୍ୟାମ ପ୍ରଧାନ, ଗୁଜାରୀ ରାମକୃଷ୍ଣ, ଭଗବାନ ସାହୁ,ଜୁରିଆ ପ୍ରଧାନ, ଭିକାରୀ ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ରବୀନ୍ଦ୍ର କୁମାର ସାହୁ ଓ ଧର୍ମେନ୍ଦ୍ର ପ୍ରଧାନ ବିଚାରକ ରୂପେ ସହଯୋଗ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ