ଚୋରଗଡ଼ିଆ ନିକଟରୁ ହରିଣ ଉଦ୍ଧାରକୁ କଲା ବନ ବିଭାଗ
ହାଟଡିହି (ଓ୍ବାଇଏନଏସ): ହଦଗଡ଼ ହସ୍ତୀ ଅଭୟାରଣ୍ୟ ମଧ୍ୟରୁ ଗାଁ ଭିତରକୁ ପସି ଆସିଥିବା ଏକ ହରିଣକୁ ଚୋରଗଡ଼ିଆ ନିକଟରୁ ହରିଣ ଉଦ୍ଧାରକୁ କରିଛି ବନ ବିଭାଗ। ସୂଚନା ଅନୁଯାଇ ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ଆଜି ସକାଳୁ ସକାଳୁ ଏକ ହରିଣ ବୁଲୁଥିବା ଗାଁ ଲୋକେ ଦେଖିଥିଲେ। ହରିଣଟି ହଦଗଡ଼ ହସ୍ତୀ ଅଭୟାରଣ୍ୟ ମଧ୍ୟରୁ ଚାଲି ଆସିଥିବା ଜାଣି ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ। ହଦଗଡ଼ ବନପାଳ ମଳୟ କୁମାର ସାହୁଙ୍କ ନେତୃତ୍ୱରେ ବନରଖୀ ବନ୍ଦିତା ଦାସ, ସ୍କ୍ବାର୍ଡ ସଦସ୍ୟ ରାଜୀବ ଲୋଚନ ଖଣ୍ଡେଇ, ପ୍ରଶାନ୍ତ ଜେନା, ଉଦୟ ହେମ୍ରମ ପ୍ରମୁଖ ଶାସଙ୍ଗରେ ପହଞ୍ଚି ହରିଣ ଟିକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହାଦେଖି ହରିଣଟି ଦୌଡ଼ି ପଳାଇବା ସମୟରେ ଚୋରଗାଡ଼ିଆ ନିକଟରେ ଧରିବାକୁ ସକ୍ଷମ ହୋଇଥିଲେ। ପରେ ତାକୁ ହଦଗଡ଼ ବନବିଭାଗ କାର୍ଯ୍ୟାଳୟକୁ ନିଆଯାଇଛି। ତାର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ ପରେ ଜଙ୍ଗଲରେ ଛାଡ଼ିବେ ବୋଲି ବନପାଳ ମଳୟ ସାହୁ କହିଛନ୍ତି।


