ଚାରିଛକ ଥାନା ପକ୍ଷରୁ ସଚେତତା ଶିବିର
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଚାରିଛକ ଥାନା ପୋଲିସ ଏବଂ ଚାରିଛକ ପ୍ରେସ କ୍ଲବର ମିଳିତ ଅୟୋଜନରେ ନିକଟସ୍ଥ ଚନ୍ଦ୍ରମଉଳିର ସଦାବାବା ତୋଟା ଠାରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ ସମ୍ପର୍କ ରେ ଏକ ଜନ ସଚେତନତା ଶିବିରର ଅୟୋଜନ ହୋଇଥିଲା, କାର୍ଯ୍ୟକ୍ରମ ସମ୍ପର୍କରେ ଥାନା ଅଧିକାରୀ ଶୋଭରାଜ ପ୍ରିୟଦର୍ଶୀ ମହାନ୍ତି ଏବଂ ନିମାପଡ଼ା ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜନାର୍ଦ୍ଧନ ପାଢ଼ୀ ସମସ୍ତଙ୍କୁ ସୂଚନା ପ୍ରଦାନ କରି ଥିବା ବେଳେ ମାଧବ ପଂଚାୟତ ସରପଞ୍ଚ ବାବୁରାମ ମଲ୍ଲିକ,ସାମ୍ବାଦିକ ଶିଶିର ସ୍ୱାଇଁ , ପ୍ରଫୁଲ୍ଲ ସାହୁ ,ଡକ୍ଟର କେଦାର ନାଥ ସାହୁ , ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୌମ୍ୟରଞ୍ଜନ ତ୍ରିପାଠୀ, ବିନୋଦ ପ୍ରଧାନ, ରାଜେଶ କୁମାର ଲେଙ୍କା, ବିଜୟ ବେହେରା, ଶଶିକାନ୍ତ ତ୍ରିପାଠୀ , ପ୍ରଶାନ୍ତ କୁମାର ସାହୁ, ସୁବାସ ଚନ୍ଦ୍ର ସାହୁ, ଦେବରାଜ ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ଆଲୋଚନା ଚକ୍ରରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।


