ଇଣ୍ଡିଆ ଵୁକ୍ ଅଫ ରେକର୍ଡ୍ସରେ କୁନି ଝିଅ ସୁରଭି

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ମାତ୍ର ୨ ବର୍ଷ ୪ ମାସର ଝିଅ ସୁରଭି ଏବେ ଇଣ୍ଡିଆ ଵୁକ୍ ଅଫ ରେକର୍ଡ୍ସରେ ନିଜ ନାମକୁ ଯୋଡି ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୨୦୨୩ ନଭେମ୍ବର ୨୪ରେ ଜନ୍ମିତ ସୁରଭି ଗୌଡ଼ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବିଜୟଲକ୍ଷ୍ମୀ ଶରଣପୁର ନିକଟସ୍ଥ ଇନ୍ଦ୍ରଗଡ଼ ଗ୍ରାମର ଗୌତମ ଗୌଡ଼ ଓ ସୁନିତା ଗୌଡ଼ଙ୍କ ଝିଅ ଅଟନ୍ତି। ସେ ଏହି ବୟସରେ ୧୮ ପ୍ରକାର ଗୃହପାଳିତ ପଶୁ, ୧୯ ପ୍ରକାର ବନ୍ୟଜନ୍ତୁ, ୧୯ ପ୍ରକାର ପନିପରିବା, ୨୦ ପ୍ରକାର ଫଳ ଓ ୨୦ ପ୍ରକାର ପରିବହନ ସେବା କୁ ଚି଼ହ୍ନଟ କରି ପାରିବ ସହ ୧୦ ପ୍ରକାର ରଙ୍ଗ, ଶରୀରର ୨୦ ପ୍ରକାର ଅଙ୍ଗପ୍ରତ୍ୟଙ୍ଗ, ୧ ଠାରୁ ୨୦ ଯାଏଁ ନମ୍ବର, ୨୬ ଟି ଇଂରାଜୀ ଅକ୍ଷର, ୧୨ ମାସ ୭ ଦିନ ସମ୍ପର୍କରେ କହିବା କଥା ୨୦ ପ୍ରକାରର ଅଙ୍ଗଭଙ୍ଗୀ ଓ ୧୦ ପ୍ରକାର ପଶୁଙ୍କ ବୋବାଇବାର ଶୈଳୀ ଆଦି ପଦର୍ଶିତ କରି ଏହି ସମ୍ମାନଜନକ ଇଣ୍ଡିଆ ଵୁକ୍ ଅଫ ରେକର୍ଡ୍ସରେ ନିଜ ନାମକୁ ଯୋଡି ପାରିଛନ୍ତି। ଅତି କମ ବୟସରେ ତାଙ୍କର ଏଭଳି କୀର୍ତ୍ତିରେ ସମ୍ପୂର୍ଣ ଇନ୍ଦ୍ରଗଡ଼ ଗ୍ରାମ ଗର୍ବିତ ବୋଲି ଗ୍ରାମବାସୀ କହିଛନ୍ତି।ସୁରଭିଙ୍କ ଏଭଳି ସଫଳତା ପାଇଁ ତାଙ୍କ ପିତାମାତାଙ୍କ ନିକଟରୁ ଏବେ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ସୁରଭିକୁ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ