ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

 ଖଲ୍ଲିକୋଟ (ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟରେ ମହିଳାମାନଙ୍କ ଉପରେ ଯୌନଉତ୍ପୀଡନର ନିବାରଣ ନିମନ୍ତେ ଉଦ୍ଦିଷ୍ଟ ପୋସ୍ ଆକ୍ଟ୍ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ( ଆଇ. ସି. ସି. ) ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମଟିରେ ଅଧ୍ୟକ୍ଷତା କରି ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଉପଲକ୍ଷେ ନିମନ୍ତ୍ରିତ ବକ୍ତା ବରିଷ୍ଠ ଆଇନଜୀବି ଆଡଭୋକେଟ୍ ଅଞ୍ଜଳି ଦାଶ ‘ ପୋସ୍ ଆକ୍ଟର ଆଇନଗତ ଦିଗ ‘ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ନିଜ ବକ୍ତବ୍ୟରେ ସେ ‘ଯୌନ ଉତ୍ପୀଡନ’ ର ସ୍ପଷ୍ଟ ବ୍ୟାଖ୍ୟା କରିବା ସହିତ ତଦନ୍ତର୍ଗତ ବିଭିନ୍ନ ଆପତ୍ତିଜନକ ବ୍ୟବହାର ସଂପର୍କରେ ସୂଚନା ଦେଇଥିଲେ। ପୋସ୍ ଆକ୍ଟ କେଉଁ କ୍ଷେତ୍ରରେ ଲାଗୁ ହେବ ତଥା ଏହାର ହିତାଧିକାରୀ ଏବଂ ଏ ସମ୍ପର୍କିତ ବିଭିନ୍ନ ନିୟମ ଗୁଡ଼ିକର ତର୍ଜମା କରି ଉଭୟ ଛାତ୍ର ଓ ଛାତ୍ରୀ ମାନଙ୍କୁ ନିଜ ବ୍ୟବହାରରେ ଶ୍ଲୀଳତା ରକ୍ଷାକରି ସଂଯତ ଓ ଶୃଙ୍ଖଳିତ ହେବା ସହିତ ପୋସ୍ ଆକ୍ଟ ସମ୍ପର୍କରେ ସଚେତନ ହେବା ନିମନ୍ତେ ପରାମର୍ଶ ଦେଇଥିଲେ। ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଆଇ. ସି. ସି. ର ଅଧ୍ୟକ୍ଷା ଡ. ଉଷାରାଣୀ ରଥ। ଏହି ସଚେତନତା କାର୍ଯ୍ୟକ୍ରମ ଅବସରରେ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ