କେନ୍ଦ୍ରାପଡା ଉପ କାରାଗାରକୁ ପରିଦର୍ଶନ କଲେ ରାଜ୍ୟ ମହିଳା ଆୟୋଗ ସଦସ୍ୟା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଉପକାରାଗାରାକୁ ପରଦର୍ଶନ କରିଛନ୍ତି ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ. କଳ୍ପନା ମଲ୍ଲିକ। ବାରିମୂଳସ୍ଥିତ ଉପକାରାଗାରରେ ପହଞ୍ଚିବା ପରେ ଜେଲ ଅଧୀକ୍ଷକ ସୁନିଲ କୁମାର ପାତ୍ର ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ. ମଲ୍ଲିକଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ସଦସ୍ୟା ଡ. ମଲ୍ଲିକ ଉପକାରାଗାରର ପ୍ରାୟ ୪୦ଜଣ ବିଚାରାଧିନ କଏଦୀ ଅନ୍ତେବାସୀ ମହିଳାମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କୁ ଉପଯୁକ୍ତ ଖାଦ୍ୟ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ସଠିକ ଭାବରେ ମିଳୁଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିବା ସହ ଜେଲ କର୍ମଚାରୀମାନେ ସେମାନଙ୍କୁ ଭଲ ବ୍ୟବହାର କରୁଛନ୍ତି କି ନାହିଁ ସେ ବିଷୟରେ ମଧ୍ୟ ପଚାରି ବୁଝିଥିଲେ। ତେବେ ଏହି ପରିଦର୍ଶନର ମୁଖ୍ୟ ଲକ୍ଷ୍ୟ ଥିଲା କାରାଗାରରେ ମହିଳାଙ୍କ ପାଇଁ ସୁରକ୍ଷିତ, ସଚେତନ ଓ ସମର୍ଥିତ ପରିବେଶ ସୃଷ୍ଟି କରିବା। ଏହି ପରିଦର୍ଶନ ସମୟରେ ଜେଲ ଅଧୀକ୍ଷକଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ