ଶିଶୁ ଚାଲାଣ ବିରୁଦ୍ଧରେ ପ୍ରଶାସନନ ତରଫରୁ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ତରଫରୁ ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ କେନ୍ଦ୍ର ସଭାଗୃହ ଠାରେ ଶିଶୁ ଚାଲାଣ ବିରୁଦ୍ଧର ଓ ଶିଶୁ ସହାୟତା ଯୋଗାଯୋଗ ନମ୍ୱର ୧୦୯୮ ର ପ୍ରଚାର ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ସନ୍ୟାସୀ ବେହେରା ଏଙ୍ଗରସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି କୁମାରୀ କାର୍ଜୀ ଓ ନାଏବ ସରପଞ୍ଚ ଶ୍ରୀ ମୁନ। କୁମାର ଭୂୟାଁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ତ୍ରିପାଠୀ, ଶିଶୁ ବିକାଶ ପ୍ରକଳ୍ପ କ୍ଷେତ୍ର ପରିଦର୍ଶିକା ମହିମା ମାଳି ଓ ଲଷ୍ମୀପୁର ଏସଏସଡି ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡ. ଫିରୋଜ ଖାନ୍ ଛିଞ୍ଚ।ଣି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ଆଜିକାର ସଭାରେ ରାୟଗଡ଼ ବ୍ଲକ୍ ର ତିନୋଟି ପଞ୍ଚାୟତ ଯଥା ଲକ୍ଷ୍ମୀପୁର, ଏଙ୍ଗରସିଂ ଓ କଇଁପୁର ରୁ 200 ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ।, ଅଙ୍ଗନବାଡ଼ି କର୍ମୀ, ଏମବିକେ କର୍ମୀ, ଗ୍ରାମର ୱ।ଡର୍ମେମ୍ୱର ଓ କିଶୋରୀ ବାଳିକା ଅଂଶଗ୍ରହଣ କରିଥିଲେ । ସର୍ବପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ତ୍ରିପାଠୀ ଉପସ୍ଥିତ ଅଂଶ ଗ୍ରହଣ କ।ରିଙ୍କୁ ବୁଝାଇ ଥିଲେ କି ଶିଶୁ ଚାଲାଣ ଏକ ଅପରାଧ ଅଟେ ଏବଂ ଏହାକୁ ସମସ୍ତେ ରୋକିବା ଦିଗରେ କାର୍ଯ୍ୟକରିବା ଓ କୌଣସି ଶିଶୁ ବିପଦସଙ୍କୁଳ ଅବସ୍ଥାରେ ଥିଲେ ତୁରନ୍ତ ୧୦୯୮ ଶିଶୁ ସହାୟତା ନମ୍ୱର ରେ ଫୋନ କରିବାକୁ ଅନୁରୋଧ କରିଥିଲେ ଓ ପରେ ସରକାରଙ୍କ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ବିଷୟରେ ବୁଝାଇଥଲେ।


