ଲକ୍ଷ୍ମୀ ନାରାୟଣ ଅବତାର ଦର୍ଶନ ପାଇଁ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଭିଡ଼
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆଜି ପବିତ୍ର ବ୍ୟାସ ପୂର୍ଣ୍ଣିମା ଅବସରରେ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ଅବତାର ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖାଦେଇଛି. ଆଜି ସକାଳୁ ଶ୍ରୀଜଗନ୍ନାଥ ମନ୍ଦିରରେ ଯଥା ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ ପୂଜା ପାଠ କରାଯିବା ସହ ମହାପ୍ରଭୁଙ୍କୁ ଲକ୍ଷ୍ମୀ ନାରାୟଣ ବେଶରେ ସୁସଜ୍ଜିତ କରାଯାଇଥିଲା. ମହାପ୍ରଭୁଙ୍କ ଏହି ଦେବଦୁର୍ଲ୍ଲଭ ଅବତାର ଦର୍ଶନ ପାଇଁ ଆଜି ଭୋର ସକାଳୁ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଭିଡ଼ ବେଶ ଜମିଥିଲା. ଭକ୍ତମାନେ ଦ୍ବୀପ ଧୂପ ଆଦି ପ୍ରଦାନ କରି ତିନି ଠାକୁରଙ୍କୁ ଅତ୍ୟନ୍ତ ଭକ୍ତିପୂତ ଭାବେ ପୂଜାପାଠ କରିଥିଲେ।


