ଚନ୍ଦ୍ରଭାଗା ସମୁଦ୍ର କୂଳରୁ ବଉଳା କୁମ୍ଭୀର ଛୁଆ ଉଦ୍ଧାର

କୋଣାର୍କ(ଗଣେଶ ଚନ୍ଦ୍ର ବେହେରା) : ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିନସ୍ଥ ଚନ୍ଦ୍ରଭାଗା ସମୁଦ୍ର କୂଳରୁ ଶନିବାର ପୂର୍ବାହ୍ନ ସମୟରେ କୋଣାର୍କ ବନ କର୍ମଚାରୀ ମାନେ ଏକ ଦେଢ ଫୁଟିଆ ବଉଳା କୁମ୍ଭୀର ଉଦ୍ଧାର କରି କୋଣାର୍କ ବନାଚଂଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ସଂରକ୍ଷିତ ଭାବେ ରଖାଯାଇଛି। ଖବରରୁ ପ୍ରକାଶ ଯେ ଚନ୍ଦ୍ରଭାଗା ବଜାର ସନ୍ନିକଟ ସମୁଦ୍ର କୂଳରେ ଏକ ବଉଳା କୁମ୍ଭୀର ଭାସୁଥିବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କ ପକ୍ଷରୁ କୋଣାର୍କ ବନବିଭାଗ କାର୍ଯ୍ୟାଳୟକୁ ଖବର ଦିଆଯାଇଥିଲା। କୋଣାର୍କ ବନାଚଂଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ନିର୍ଦେଶ କ୍ରମେ କୋଣାର୍କ ବନବିଭାଗ କାର୍ଯ୍ୟାଳୟର ବନପାଳ କାର୍ତ୍ତିକେଶ୍ୱର ମୁଣ୍ଡା ଓ ବନରକ୍ଷୀ ରଶ୍ମିତା ପୃଷ୍ଟି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଚନ୍ଦ୍ରଭାଗା ସମୁଦ୍ର କୂଳରେ ଭାସୁଥିବା ଦେଢ ଫୁଟିଆ ବଉଳା କୁମ୍ଭୀରକୁ ଉଦ୍ଧାର କରି ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ।ଉଦ୍ଧାର କୁମ୍ଭୀରଟିକୁ ବନବିଭାଗ କାର୍ଯ୍ୟାଳୟ ମଧ୍ୟରେ ସୁରକ୍ଷିତ ଭାବେ ରଖାଯାଇଛି। ପୁରୀ ଜିଲ୍ଲା ବନ ଅଧିକାରୀଙ୍କୁ ଉଦ୍ଧାର କୁମ୍ଭୀର ସମ୍ପର୍କରେ କୋଣାର୍କ ବନାଚଂଳ ଅଧିକାରୀ ସୁଦର୍ଶନ ଦେହୁରୀ ଅବଗତ କରିଛନ୍ତି। ପୁରୀ ଜିଲ୍ଲା ବନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିବା ପରେ ଚନ୍ଦ୍ରଭାଗା ସମୁଦ୍ର କୂଳରୁ ଉଦ୍ଧାର ଦେଢ ଫୁଟିଆ ବଉଳା କୁମ୍ଭୀରଟିକୁ ନନ୍ଦନକାନନ କିମ୍ବା ସାତକୋଶିଆ ଠାରେ ଛଡା ଯାଇପାରେ ବୋଲି କୋଣାର୍କ ବନାଚଂଳ ଅଧିକାରୀ ସୁଦର୍ଶନ ଦେହୁରୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ