ବାଲେଶ୍ୱର ଲୋକ ମହୋତ୍ସଵ ଉଦଯାପିତ

ବାଲେଶ୍ବର(ସରୋଜ ପଣ୍ଡା): ଦଶ ଦିନ ଧରି ଆଇଟିଆଇ ପଡିଆରେ ଚାଲିଥିବା ବାଲେଶ୍ୱର ଲୋକ ମହୋତ୍ସବଉଯାପିତ ହୋଇ ଯାଇଛି । ଶୁକ୍ରବାର ଥିଲା ଦଶମ ସନ୍ଧ୍ୟା, ଏହି ଅବସରରେ ସଭାପତି ଅସିତ୍ କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଧାରଣ ସୁଧାକର ନାୟକ, ଏସ ବି ଆଇ ମୁଖ୍ୟ ପରିଚାଳକ ସତ୍ୟସେସ ପଟ୍ଟନାୟକ, ବିବିସିସି ବ୍ୟାଙ୍କ ସଭାପତି ଗଣେଶ ମହାପାତ୍ର, ଯୁବ ନେତା ତଥା କମିଟିର ଉପଦେଷ୍ଟା ମାନସ ଦାସ୍ ପଟ୍ଟନାୟକ , ଶାନ୍ତନୁ ଦାସ, ଅଧ୍ୟକ୍ଷ ବିଶ୍ୱଜିତ୍ ପରମାଣିକ ପ୍ରମୂଖ ମଞ୍ଚରେ ଉପସ୍ଥିତ ଥିଲେ। କାର୍ଯ୍ୟକାରି ସଭପତି ଶ୍ରୀମାନ ଶ୍ରୀଚନ୍ଦନ ମଞ୍ଚ ଆହ୍ବାନ କରିଥିବାବେଳେ ଉପାଧ୍ୟକ୍ଷ ବିକାଶ ପାଢ଼ୀ, ସଧାରଣ ସମ୍ପାଦକ ସଂଜୟ ସାମନ୍ତ, ସତ୍ୟପ୍ରକାଶ ପତି, ତାପସ ପାଣିଗ୍ରାହୀ, ରାଜେଶ୍ ମହାକୁଡ଼, ସୌଭାଗ୍ୟ ମାନସ ନାୟକ, ସମ୍ବିତ ବିଶ୍ଵାଳ, ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମଞ୍ଚରେ ଉପସ୍ଥିତ ଥିଲେ। କୋଷାଧ୍ୟକ୍ଷ ନିଶିତ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।  ନଭେମ୍ବର ୧୯ରୁ ଆରମ୍ଭ ହୋଇଥିବା ଏହି ଲୋକ ମହୋତ୍ସବ ଆଜି ଶେଷ ହୋଇଛି। ପୂର୍ବରୁ କମିଟି ପକ୍ଷରୁ ଯୋଜନା ମୁତାବକ ବାଲେଶ୍ଵରର ୩ଟି ଦୁର୍ଗା ପୂଜା କମିଟିକୁ ୫୦୦୦ ଟଙ୍କା ଲେଖା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହା ପରେ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ଏବଂ ଚିରଗ୍ ଦିପ ପଣ୍ଡା ସଂଗୀତ ପରିବେଷଣ କରିଥିଲେ।ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ସମସ୍ତ ବ୍ୟବସାୟୀ ଭଲ ବ୍ୟବସାୟ କହିଛନ୍ତି। କାର୍ଯ୍ୟକ୍ରମରେ ଝାଡେଶ୍ବର ଜେନା, ସିମାନ ଦାସ୍ ମହାପାତ୍ର, ଜଗନ୍ନାଥ ପାଣିଗ୍ରାହୀ, ସିଲାବ ସତ୍ୟକାମ୍, ସମ୍ୟ ରଞ୍ଜନ ଯାଦବ, ଗୌର ମଲ୍ଲିକ, ହ୍ରିତିକ୍ ନାୟକ, ଜିତେନ୍ଦ୍ର ମହାଳିକ, ନିରଞ୍ଜନ ମହାନ୍ତି, ଅନୁପମ ମିଶ୍ର ପ୍ରମୁଖ ଏହି ଦଶ ଦିନ ଧରି କାର୍ଯ୍ୟକ୍ରମକୁ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ!
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ