ବନଦୁର୍ଗା ମହୋତ୍ସବ ଉଦ୍ଯାପିତ
ବଲାଙ୍ଗୀର, (ଜୟକୃଷ୍ଣ ମିଶ୍ର): ଅଞ୍ଚଳର ଲୋକେ ସରଳ, ଏକ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆମ ଲୋକେ ନିଜର ଘର ଦ୍ୱାର, ଜମି, ଜଙ୍ଗଲ, ବିଦ୍ୟାଳୟ, ମନ୍ଦିର, ଆତ୍ମୀୟ ସ୍ୱଜନ ଛାଡି କିଏ ଥଇଥାନ କଲୋନି ଗଲେ କିଏ ପୁଣିି ନିଜସ୍ୱ ଉଦ୍ୟମରେ ଥଇଥାନ ହେଲେ । ଏହି ଜିଲ୍ଲା ଶସ୍ୟ ଶ୍ୟାମଳ ହେବ ବୋଲି, ପ୍ରଗତି ର ରାସ୍ତା ରେ ଆଗକୁ ବଢିବ ବୋଲି ନିଜର ସବୁ କିଛି ତ୍ୟାଗ କଲେ। କିନ୍ତୁ ଏପରି ଏକ ଘଡିସନ୍ଧି ସମୟରେ ପ୍ରଶାସନ ଓ ସରକାର ସମ୍ବେଦନଶୀଳ ହେବା ବଦଳରେ ତାଙ୍କୁ ସର୍ବନିମ୍ନ ମୌଳିକ ଅଧିକାର ପ୍ରଦାନକୁ ମଧ୍ୟ ନିଶ୍ଚିତ କରି ପାରିପାରିଲେ ନାହିଁ । ତେଣୁ ଏହି ଶାନ୍ତିପୂର୍ଣ୍ଣ ଲୋକେ ଅଞ୍ଚଳର ପ୍ରଗତି ପାଇଁ ନିଜେ ସେମାନେ ସମସ୍ୟାରେ ଜର୍ଜରିତ । ତେଣୁ ଲୋକମାନଙ୍କୁ ସମସ୍ୟାରୁ ମୁକ୍ତି ନିହାତି ଦରକାର ନ ହେଲେ ପ୍ରଶାସନ ଓ ସରକାର ଜାଣି ରଖନ୍ତୁ ଏହି ଅଞ୍ଚଳର ଲୋକଙ୍କ ମନରେ କ୍ରାନ୍ତୀର ନିଆଁ ଲାଗିବ ବୋଲି ଆଜି ଲୋୟର ସୁକତେଲ ଡେମ୍ ପାଦ ଦେଶରେ ଆୟୋଜିତ ବନଦୁର୍ଗା ମହୋତ୍ସବର ଉଦ୍ଯାପନି ସନ୍ଧ୍ୟାରେ ଉତ୍ସବ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ ଶାନ୍ତି, ମୁକ୍ତି, ପ୍ରଗତି ନହେଲେ କ୍ରାନ୍ତୀ ହେବ ବୋଲି ବାର୍ତ୍ତା ଦେଇଛନ୍ତି । ଗତ ୫ ଦିନ ଧରି ଚାଲିଥିବା ଏହି ଉତ୍ସବର ଅନ୍ତିମ ଦିବସରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ମିଶ୍ର ଏହି ଅଞ୍ଚଳର ବିସ୍ଥାପିତମାନେ ଭୋଗୁଥିବା ସମସ୍ତ ସମସ୍ୟା କୁ ସମାଧାନ କରିବା ପାଇଁ ସାମୁହିକ ଉଦ୍ୟମ ଲୋଡା ବୋଲି କହିଥିଲେ । ମୁଖ୍ୟବକ୍ତା ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ବିସ୍ଥାପିତଙ୍କ ମୌଳିକ ଅଧିକାରର ସୁରକ୍ଷାକୁ ଯେପରି ନିଶ୍ଚିତ କରାଯିବ ସେ ଦିଗରେ ପ୍ରସ୍ତାବ ଓ ଦାବିପତ୍ର ମାଧ୍ୟମରେ ସରକାରଙ୍କୁ ଅବଗତ କରିବା ପାଇଁ କହିଥିଲେ । ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଓ କଥାକାର ରବି ଦାସ କହିଥିଲେ ଏ ମହୋତ୍ସବ ସାରା ଦେଶରେ ବିରଳ, ଜଳସେଚନ ପାଇଁ ନିଜର ବହୁମୁଲ୍ୟ ଚାଷ ଜମି ହରାଇଥିବା ଲୋକଙ୍କୁ ସରକାର ଜମି ବଦଳରେ ଜମି ଦେଇପାରିଲା ନାହିଁ ବୋଲି ପ୍ରଶ୍ନ କରିଥିଲେ । ଯେହେତୁ ସରକାରଙ୍କ ନିୟମ ଅଛି ଭୂମିହୀନ ବିସ୍ଥାପିତ ଙ୍କୁ ଜମି ଓ ଡିହ ସରକାର ପ୍ରଦାନ କରନ୍ତୁ ବୋଲି ସେ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗୋପାଳଜୀ ପାଣିଗ୍ରାହୀ ସୁକତେଲ ପାଇଁ କରାଯାଇଥିବା ଆନ୍ଦୋଳନ ଓ ସଂଘର୍ଷର କଥା ଲୋକଙ୍କୁ ମନେ ପକାଇଥିଲେ । ସାମ୍ବାଦିକ ଅଖିଳ ହୋତା ଏହି ଉତ୍ସବକୁ ଏକ ଐତିହାସିକ ମହୋତ୍ସବ କରିବା ସହ ଏଠାରେ ଆୟୋଜିତ ହେଉଥିବା ନୃତ୍ୟ ସଂଗୀତ ଆଗାମୀ ଦିନରେ ଲୋକଙ୍କର ସମସ୍ୟା ସମାଧାନ ନ ହେଲେ ପ୍ରଳୟ ହୋଇପାରେ ବୋଲି କହିବା ସହ ଏହି ନୃତ୍ୟ ଗୀତ ଦାବି ହାସଲ ପାଇଁ ଶିବଙ୍କ ତାଣ୍ଡବ ନୃତ୍ୟର ପରିବର୍ତ୍ତନ ହୋଇପାରେ ବୋଲି ମନେ ପକାଇଥିଲେ । ଉତ୍ସବ ସ୍ଥଳରେ ବିସ୍ଥାପିତମାନେ ନିଜର ବିଭିନ୍ନ ଦାବିପତ୍ରକୁ ଅତିଥି ଓ ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲେ । ମାଗୁରବେଡା ସରପଞ୍ଚ ସଞ୍ଜୟ ଗଡତ୍ୟାଙ୍କ ସଭାପତିତ୍ୱରେ ହୋଇଥିବା ଉଦ୍ଯାପନି ସଭାକୁ ସହ-ସମ୍ପାଦକ ବିକାଶ ରଞ୍ଜନ ରଥ ସଂଯୋଜନା କରିଥିଲେ । ସମ୍ପାଦକ ଜୟକୃଷ୍ଣ ମିଶ୍ର ସାଂସ୍କୃତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପ-ସଭାପତି କୈଳାସ ଚନ୍ଦ୍ର ସିଂଦେଓ, କୋଷାଧ୍ୟକ୍ଷ ନରେନ୍ଦ୍ର ବିଶି, ସହ କୋଷାଧ୍ୟକ୍ଷ ଭରତ ସାହୁ, କୁସମେଲ ସରପଞ୍ଚ କୌସ୍ତୁଭ ସାହୁ, ରେଙ୍ଗାଲି ସରପଞ୍ଚ ହିମାଞ୍ଚଳ ମେହେର, ଗ.ଶ.ଡୁଙ୍ଗୁରିପାଲି ସରପଞ୍ଚ, ଖୁଣ୍ଟପାଲି ସରପଞ୍ଚ ତଥା ଉପଦେଷ୍ଟା ଲୋକନାଥ କୁମୁରା, ବେଲାରସିଂ ଭୋଇ, ସୁରୁ ମଟାରୀ, ଟଙ୍କଧର ଗଡତ୍ୟା, ଅଜୟ ଗଡତ୍ୟା, ବ୍ୟାସଦେବ ବନଛୋର, ପ୍ରମୋଦ ପଟେଲ, ଗିରିଧାରୀ ପୁଟା ପ୍ରମୁଖ ସହଯୋଗ କରିଥିଲେ । ଗୋପାଳ ପଣ୍ଡାଙ୍କ କଂସ ବଧ ବେଶ ଆକର୍ଷଣୀୟ ହୋଇଥିଲା।