ବାଣୀକ୍ଷେତ୍ର କ୍ରିକେଟ ଟୁନାମେଣ୍ଟ ଉଦ୍‌ଯାପିତ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବାଣୀକ୍ଷେତ୍ର କ୍ରିକେଟ କ୍ଳବ ତରଫରୁ ତ୍ରିଦିବସୀୟ ରାଜ୍ୟସ୍ତରୀୟ କ୍ରିକେଟ ଟୁନାମେଂଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏହି ମ୍ୟାଚକୁ ସମାଜସେବୀ ତ୍ରିନାଥ ପରିଜା ଫିତା କାଟି ଉଦ୍‌ଘାଟନ କରିଥିଲେ। ୩ ଦିନ ଧରି ଚାଲିଥିବା ଏହି ମ୍ୟାଚରେ ବିଭିନ୍ନ ଜିଲାରୁ ୮ଟି ଦଳ ଭାଗ ନେଇଥିଲେ। ତୃତୀୟ ଦିନରେ ଫାଇନାଲ ମ୍ୟାଚକୁ ମିଶାଇ ୩ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ଇମେଜ୍ ଇଲେଭେନ ଟିମ ସହିତ ହିତିଜ୍ ଇଲେଭେନ୍ ମାହାଙ୍ଗା ସହିତ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ପ୍ରଥମେ ଇମେଜ୍ ଇଲେଭେନ ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତି ନେଇଥିଲା । ପ୍ରଥମେ ହିତିକ୍ ଇଲେଭେନ ମାହାଙ୍ଗା ୭ଓଭରରେ ୯୫ରନ ସଂଗ୍ରହ କରିଥିବା ବେଳେ ଇମେଜ୍ ଇଲେଭେନ ୯୬ରନ କରି ବିଜୟ ଲାଭ କରିଥିଲା । ଦ୍ୱିତୀୟ ମ୍ୟାଚରେ ଇମେଜ୍ ଇଲେଭେନ ବ୍ୟାଟିଙ୍ଗ କରି ୯୯ରନ କରିଥିବା ବେଳେ ହିତିକ୍ ଇଲେଭେନ ଟିମ୍ ୧୦୦ରନ କରି ବିଜୟୀ ହୋଇଥିଲା । ଫାଇନାଲ ମ୍ୟାଚ ଇମେଜ୍ ଇଲେଭେନ ଓ ହିତିକ୍ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଇମେଜ୍ ଇଲେଭେନ ପ୍ରଥମେ ବ୍ୟାଟିଂ କିର ନିର୍ଦ୍ଧାରିତ ଓଭରରେ ୭୧ରନ ସଂଗ୍ରହ କରିଥିବା ବେଳେ ଏବା ଜବାବରେ ହିତିକ୍ ଇଲେଭେନ ୬୬ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଏହି ମ୍ୟାଚରେ ହିରାଲାଲ ମେଣ୍ଡିସଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ଘୋଷଣା କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇ ଚମ୍ପିୟାନ ଦଳ ଭାବେ ଇମେଜ୍ ଇଲେଭେନକୁ ଟ୍ରଫି ସହିତ ୪୫ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ହିତିକ୍ ଇଲେଭେନକୁ ରନର୍ସ ଅପ ଦଳ ଭାବେ ୩୦ହଜାର ଟଙ୍କା ଚେକ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ବିଜେଡି ସଭାପତି ନିରଂଜନ ବେହୁରା, ଯୁବନେତା ପ୍ରଶାନ୍ତ ମଲ୍ଲିକ, ଆଇନିଜୀବୀ ଦିଲ୍ଲିପ ଲେଙ୍କା, ସମାଜସେବୀ ସୁଶାନ୍ତ କୁମାର ସାହୁ,ନାଉଗାଁ ସମିତି ସଭ୍ୟା ମାନସୀ ଲେଙ୍କା, ପଂଚାୟତ ସରପଂଚ ପ୍ରାଚୀ ସାଗରିକା ଜେନା, ବାବୁଲି ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେଂଟକୁ ବାଣୀକ୍ଷେତ୍ର କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ