ବ୍ୟାଙ୍କ ପରାମର୍ଶଦାତା କମିଟି ବୈଠକ

 ଛତ୍ରପୁର, (ଓ୍ବାଇଏନଏସ)  : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ବ୍ୟାଙ୍କ୍ ସମୂହ ପକ୍ଷରୁ ଅର୍ଥପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍‌ଙ୍କ ଅଧ୍ୟକ୍ଷାତେର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ୩୪ ବ୍ୟାଙ୍କର୍ ସମୁଦାୟ ୪୫୪ ଟି ଶାଖା ଅଛି । ୨୦୨୫ ଡିସେମ୍ବର ମାସ ଶେଷ ସୁଦ୍ଧା ସମସ୍ତ ବ୍ୟାଙ୍କରେ ମୋଟ ୩୪୨୭୯ କୋଟି ଟଙ୍କା ଜମା ରଖିଥିବା ବେଳେ ମୋଟ ୨୩୭୪୮ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ଯାହାକି ଲକ୍ଷ୍ୟ ଧାର୍ଯ୍ୟର ଶତକଡା ୬୯. ୨୮ ପ୍ରତିଶତ ରହିଛି । ଏତ୍‌ତ ବ୍ୟତୀତ ସମୂହ ବ୍ୟାଙ୍କ୍ ତରଫରୁ ଡିସେମ୍ବର ସୁଦ୍ଧା ମୋଟ ୧୧୪୭୬ କୋଟି ପ୍ରାଥମିକତା କ୍ଷେତ୍ରରେ ଋଣ ପ୍ରଦାନ କରିଛନ୍ତି । କୃଷି କ୍ଷେତ୍ରରେ ୬୯ ପ୍ରତିଶତ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ କ୍ଷେତ୍ରରେ ୭୨ ପ୍ରତିଶତ ଏବଂ ଶିକ୍ଷା ଓ ଗୃହ କ୍ଷେତ୍ରରେ ୩୨ ପ୍ରତିଶତ ଏବଂ ୪୨ ପ୍ରତିଶତ ଋଣ ପ୍ରଦାନ କରାଯାଇଛି ।ଏଥିସହ ବ୍ୟାଙ୍କ ମାନଙ୍କ ଦ୍ଵାରା ଅଣ ପ୍ରାଥମିକତା କ୍ଷେତ୍ରରେ ମୋଟ ୬୪୯୮ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି l ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ସମସ୍ତ ଯୋଜନା ସଫଳ ରୂପାୟନ ଓ କାର୍ଯ୍ୟକ୍ଷମ କରିବା ପାଇଁ ଅଧ୍ୟକ୍ଷ ସମସ୍ତ ବ୍ୟାଙ୍କ୍ ଏବଂ ଜିଲ୍ଲାସ୍ତରୀୟ ସମସ୍ତ ଜିଲ୍ଲା ଅଧିକରୀମାନଙ୍କୁ ଜ଼ିଲ୍ଲାପାଳ ଉପଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ପ୍ରଚଳିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ଆଗାମୀ ମାର୍ଚ୍ଚ ୨୫ ସୁଦ୍ଧା ଆବେଦନ ହୋଇଥିବା ସମସ୍ତ ଋଣଦାତାକୁ ଋଣ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ l ଆଜିର ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ଦେବଦତ୍ତ ପଣ୍ଡା, ୟୁନିଅନ ବ୍ୟାଙ୍କ କ୍ଷେତ୍ରୀୟ ମୁଖ୍ୟ ଏଲ. ସଂଗୀତା କୁଜୁନ, ଆରବିଆଇ ଏଲଡ଼ିଓ ରାହୁଲ କାନ୍ତ, ନାବାର୍ଡ ଡ଼ିଡ଼ିଏମ ସଂଜୀବ ମିଶ୍ର    ଏବଂ ଏଲ୍‌ଡିଏମ୍ ହିମାଚଂଳ ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ବ୍ୟାଙ୍କର ଅଧିକାରୀ ଏବଂ ସହକାରୀ ଅଧିକାରୀମାନେ ଯୋଗଦେଇଥିଲେ । ଶେଷରେ ଏଲ୍‌ଡିଏମ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ