ଗ୍ରାମବାସୀ ଓ ଯୁବକଙ୍କ ପ୍ରୟାସରେ ସଫା ହେଲା ବ୍ୟାଙ୍କ ରୋଡ୍ ଡ୍ରେନ୍

କୋଦଳା,(ବାପୁନି କୁମାର ମାଲୁ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ବ୍ୟାଙ୍କ ସାହିରେ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହୁଥିବାରୁ ସାଧାରଣ ଲୋକେ ଯାତାୟାତ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏପରିକି ବେଳେବେଳେ ବର୍ଷା ପାଣି ଘର ଭିତରକୁ ମଧ୍ୟ ପଶି ଯାଉଥିଲା। ଡ୍ରେନ୍ ପୋତି ହୋଇ ରହିଥିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଜଣାପଡ଼ିବା ପରେ ଗ୍ରାମବାସୀ ଓ ଯୁବକମାନେ ଏକତ୍ରିତ ହୋଇ ଡ୍ରେନ୍ ସଫେଇ ପାଇଁ ପଦକ୍ଷେପ ନେଇଥିଲେ। ସେମାନଙ୍କ ପ୍ରୟାସରେ ଆଜି ବ୍ୟାଙ୍କ ରୋଡ୍ ସାହିର ଡ୍ରେନ୍ ସଫେଇ କରାଯାଇଛି। ପ୍ରଶାସନ ପକ୍ଷରୁ କରାଯିବାକୁ ଥିବା ଏହି କାର୍ଯ୍ୟକୁ ନିଜେ ହାତକୁ ନେଇ ଗ୍ରାମବାସୀ ଓ ଯୁବକମାନେ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ଏହି ସଫେଇ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗ୍ରାମବାସୀଙ୍କ ସମେତ ଯୁବକମାନେ ସହଯୋଗ କରିଥିଲେ। ଏହି ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ବର୍ଷାଜଳ ନିଷ୍କାସନ ସମସ୍ୟା କିଛି ମାତ୍ରାରେ ଦୂର ହେବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ