ଛାତ୍ର ସଂସଦ ନିର୍ବାଚନ ବିସିଜେଡି ପ୍ରାର୍ଥୀ ଆଗରେ : ଚିନ୍ତାରେ ଶାସକ ଦଳ

ଧାମନଗର (ଓ୍ବାଇଏନଏସ): ଧାମନଗର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିସିଜେଡି ଓ ଏବିଭିପି ମଧ୍ଯରେ ସିଧାସଳଖ ଲଢ଼େଇ ହେବା ଇସ୍ପଷ୍ଟ ହୋଇଛି। ଚଳିତ ମାସ ୯ତାରିଖରେ ଉଭୟ ଛାତ୍ର ସଙ୍ଗଠନ ପକ୍ଷରୁ ପୁଥକ ପୁଥକ ଭାବେ ପଟୁଆରରେ ଯାଇ ନାମାଙ୍କନ ଦାଖଲ କରିଥିଲେ।୧୦ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ଧାମନଗର ରେ ଜୋରଦାର ପ୍ରଚାର ଆରମ୍ଭ ହୋଇଛି। ମଇଦାନରେ ବିସିଜେଡି ପ୍ରାର୍ଥୀ ଆଗରେ ଥିବା ସୂଚନା ମିଳିଥିବା ବେଳେ ଚିନ୍ତାରେ ଶାସକ ଦଳ। ତେବେ ଚଳିତ ମାସ ୧୫ ତାରିଖରେ ଭୋଟ ଗ୍ରହଣ ହେବ। ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜୟ ବେଜ୍‌ଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ନିର୍ବାଚନ ଅଧିକାରୀ ସରୋଜ ପଣ୍ଡାଙ୍କ ସମେତ ପ୍ରଶାନ୍ତ ପରିଡ଼ା,ଆଶୀର୍ବାଦ ମହାନ୍ତି,ଚିନ୍ମୟୀ ଜେନା ନିର୍ବାଚନ ପରିଚାଳନା ଦାୟିତ୍ବରେ ଅଛନ୍ତି। ଧାମନଗର ବିଜ୍ଞାପିତ ଅଞ୍ଚଳରେ ବିସିଜେଡି ପ୍ରାର୍ଥୀ ସଭାପତି ସ୍ମୃତିରେଖା ବେହେରା,କଳ୍ପନା ସାହୁ ସାଧାରଣ ସମ୍ପାଦକ ଓ ଅନ୍ୟ ପ୍ରାର୍ଥୀ ମାନେ ପ୍ରଚାର ଜୋରଦାର କରିଥିବା ବେଳେ ଛାତ୍ର ଓ ଛାତ୍ରୀ ମାନଙ୍କୁ ଘରକୁ ଯାଇ ତାଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି। ଏହି ପ୍ରଚାର କାର୍ଯ୍ୟକ୍ରମରେ ଧାମନଗର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ଏନ ଏ ସି ଉପାଧ୍ୟକ୍ଷ ଓସିମ ଏଜଦାନି କାଦିରୀ,ସମିତି ସଭ୍ୟ ଜ୍ଞାନରଞ୍ଜନ ମହାକୁଡ଼,ସୁଦୀପ୍ତ ଖଟୁଆ,ସମିତି ସଭ୍ୟ ତଥା ବିଜୁ ଛାତ୍ର ଜନତା ଦଳର ବ୍ଲକ ସଭାପତି ଭାରତ ବିଜୟ ଦଳାଇ, ସାଧାରଣ ସମ୍ପାଦକ ପ୍ରକାଶ ବେହେରା,ନଗର ବିଜେଡି ସଭାପତି ବିଜୟ କେତେ ସାହୁ,କାଉନସିଲର ଏମଡି ଜୟନୁଲ ହକ୍,ବିଜେଡି ନେତା ଅମର ଜ୍ୟୋତି ଜେନା, କୁମାରେଶ ଖିଲାର,ସେକ ବାଟୋ,ସେକ ଆବବାସ ଅଲ୍ଲୀ,ତୁଷାରକାନ୍ତ ମହାପାତ୍ର, ଏମଡି ଇଜହାର,ରମେଶ ଚନ୍ଦ୍ର ଜେନା,ସେକ ସଲାଉଦ୍ଦିନ,ମୀର ମୂର୍ତ୍ତୁଜା, ଏମଡି ଫକିରୁଦ୍ଦିନ,ଓମପ୍ରକାଶ ଜେନା,ସଂଗ୍ରାମ ଜେନାଙ୍କ ସମେତ ଯୁବ ନେତୃତ୍ବ ଉକ୍ତ ପ୍ରଚାର ରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ